ଗଣେଶ ମଣ୍ଡପ ନେଇ ଗୋଷ୍ଠୀ ସଂଘର୍ଷ
ଧାମନଗର (ଆପ୍ର): ଧାମନଗର ଥାନା ସୋହଡା ପଂ·ୟତ ବେଦପୁର ବାଜପାୟୀ କ୍ଲବ ନିକଟରେ ଗଣେଶ ପୁଜା ପାଇଁ ମଣ୍ଡପ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏକାଧିକ ଆହତ ହୋଇଛନ୍ତି । ଉଭୟ ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ କରା ଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି । ଧାମନଗର ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ଉକ୍ତ କ୍ଲବ ନିକଟରେ କେତେକ ଯୁବକ ଗଣେଶ ପୂଜା କରିବାକୁ ମଣ୍ଡପ ନିର୍ମାଣ କରିବାରୁ ଅନ୍ୟ ଗୋଷ୍ଠୀର ଯୁବକମାନେ ବିରୋଧ କରିଥିଲେ । ଏ ସଂପର୍କରେ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା । ଧାମନଗର ତହସିଲଦାର ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସମୟରେ ଦୁୁଇ ଗୋଷ୍ଠୀ ମଧ୍ୟରେ ପୁଣି ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ତହସିଲଦାର ୧୪୪ ଧାରା ଜାରି କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।