ଦେଶର ଅର୍ଥନୀତି ତ୍ୱରାନ୍ୱିତ

ଏପ୍ରିଲ-ଜୁନ୍ ତି୍ରମାସ ଜିଡିପି ଅଭିବୃଦ୍ଧି ୧୩.୫% ଛୁଇଁଲା
ନୂଆଦିଲ୍ଲୀ(ଏଜେନ୍ସି): ୨ଠ୨୨-୨୩ ଅର୍ଥବର୍ଷ ପାଇଁ ପ୍ରଥମ ତୈ୍ରମାସିକ (ଏପ୍ରିଲ-ଜୁନ୍) ଜିଡିପି ଅଭିବୃଦ୍ଧି ହାର ସମ୍ପର୍କରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ରିପୋର୍ଟ ଜାରି କରାଯାଇଛି । ଏଥିରେ ଏପ୍ରିଲ-ଜୁନ୍ ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୩.୫% ହାର ରହିଥିବା ଦର୍ଶାଯାଇଛି । ସରକାରୀ ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ ଏପ୍ରିଲ-ଜୁନ୍ରେ ରେକର୍ଡ କରାଯାଇଥିବା ଜିଡିପି ଅଭିବୃଦ୍ଧି ହାର, ଶେଷ ତୈ୍ରମାସ ଅର୍ଥାତ୍ ଜାନୁଆରୀ-ମାର୍ଚ୍ଚରେ ଠାରୁ ବେଶ୍ ଅଧିକ ରହିଛି । ଜାନୁଆରୀ-ମାର୍ଚ୍ଚରେ ଜିଡିପି ହାର ଯେତେବେଳେ ୪.୧% ରହିଥିଲା ସେତେବେଳେ ଚଳିତ ଅର୍ଥବର୍ଷର ପ୍ରଥମ ତିନି ମାସରେ ଏହା ୧୩.୫%କୁ ଛୁଇଁଛି । ତେବେ ଏହା ଆଶ୍ୱସ୍ତିଜନକ ହେଲେ ମଧ୍ୟ ଅର୍ଥନିତିଜ୍ଞଙ୍କୁ ପ୍ରଭାବିତ କରିପାରିନି । କାରଣ ପୂର୍ବ ଆର୍ଥିକ ବର୍ଷ (୨ଠ୨୧-୨୨)ର ପ୍ରଥମ ତୈ୍ରମାସ (ଏପ୍ରିଲ୍-ଜୁନ୍)ରେ ଜିଡିପି ଅଭିବୃଦ୍ଧି ହାର ୨ଠ.୧% ରହିଥିଲା ।
ଏତଦ୍ବ୍ୟତୀତ ଅର୍ଥବର୍ଷର ପ୍ରଥମ ତୈ୍ରମାସ ସୁଦ୍ଧା ଦେଶର ଅର୍ଥନୀତି ଯେଉଁ ହାରରେ ବୃଦ୍ଧି ହେବା ନେଇ ଦେଶର ବରିଷ୍ଠ ଅର୍ଥନୀତିଜ୍ଞ, ବିଶ୍ଳେଷକ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା ତାହା ଠାରୁ ରେକର୍ଡ କରାଯାଇଥିବା ଜିଡିପି ଅଭିବୃଦ୍ଧି ହାର କମ୍ ରହିଛି । ପ୍ରକାଶ, ୨ଠ୨୨-୨୩ ଅର୍ଥବର୍ଷର ପ୍ରଥମ ତୈ୍ରମାସିକ ଅଭିବୃଦ୍ଧି ହାର ୧୪%ରୁ ୧୮% ରହିବା ନେଇ ଅର୍ଥନୀତିଜ୍ଞ ଠାରୁ ଆରମ୍ଭ କରି ଜିଡିପି ରେଟିଂ ଏଜେନ୍ସି ପର୍ଯ୍ୟନ୍ତ ସଭିଏଁ ପୂର୍ବାନୁମାନ କରିଥିଲେ । ଆରବିଆଇ ଏହି ସମୟ ସୁଦ୍ଧା ଭାରତର ଜିଡିପି ଅଭିବୃଦ୍ଧି ହାର ୧୬.୨% ରହିବା ନେଇ ପୂର୍ବାନୁମାନ କରିଥିବା ବେଳେ ଏସ୍ବିଆଇ ୧୫.୭% ରହିବା ନେଇ ଆକଳନ ଲଗାଇଥିଲା । ସେହିପରି ଜିଡିପି ରେଟିଂ ଏଜେନ୍ସି ବ୍ଲୁମ୍ବର୍ଗ ପକ୍ଷରୁ ଏହି ସମୟ ସୁଦ୍ଧା ଭାରତର ଜିଡିପି ହାର ୧୫.୩%, ଆଇସିଆରଏ ପକ୍ଷରୁ ୧୩% ରହିବା ନେଇ ଭବିଷ୍ୟବାଣୀ କରାଯାଇଥିଲା । ଏମାନଙ୍କ ସହ ଦେଶ ଦୁନିଆର ଖ୍ୟାତନାମା ଅର୍ଥନୀତିଜ୍ଞମାନେ ମଧ୍ୟ ଭାରତର ଅଭିବୃଦ୍ଧି ହାର ଏହି ସମୟ ସୁଦ୍ଧା ଅନୂ୍ୟନ ୧୫.୨% ରହିବ ବୋଲି ଦୃଢ଼ୋକ୍ତି କରିଥିଲେ ।
ଏନ୍ଏସ୍ଓ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଚଳିତ ଅର୍ଥବର୍ଷର ପ୍ରଥମ ତୈମାସରେ ଦେଶର ୮ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ର ଯଥା କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ବିଶୋଧନାଗାର ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦୁ୍ୟତ୍ ଆଦିରେ ଉତ୍ପାଦନ ଅଭିବୃଦ୍ଧି ହାର ୧୧.୫%କୁ ବୃଦ୍ଧି ପାଇଛି । ୨ଠ୨୧-୨୨ରେ ଏହି ସମାନ ସମୟ ସୁଦ୍ଧା ଏସବୁ କ୍ଷେତ୍ରରେ ଅଭବୃଦ୍ଧି ହାର ୨୧.୪% ରହିଥିଲା । ସୂଚନାଯୋଗ୍ୟ ପଡୋଶୀ ଚୀନ୍ରେ ଏହି ସମୟ ସୁଦ୍ଧା (ଏପ୍ରିଲ-ଜୁନ୍) ଅଭିବୃଦ୍ଧି ହାରରେ ଠ.୪% ବୃଦ୍ଧି ପରିଲକ୍ଷିତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *