କେନାଲରେ ୩ଠ ଫୁଟ ଘାଇ: ଶତାଧିକ ଏକର ଜଳମଗ୍ନ

ପିପିଲି/ଡେଲାଙ୍ଗ (ଆପ୍ର): ବନ୍ୟା ଛାଡ଼ିବା ପରେ ପିପିଲି-ଡେଲାଙ୍ଗ ଚାଷୀଙ୍କ ଉପରେ ଆଉ ଏକ ବିପତ୍ତି ପଡ଼ିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଡେଲାଙ୍ଗ ଶାଖା କେନାଲର ବନ୍ଧ ଭାଙ୍ଗି ଶହଶହ ଏକର ଧାନ ଜମି ଜଳପ୍ଳାବିତ ହୋଇଛି ।
ସୂଚନା ଅନୁଯାୟୀ, ପିପିଲି ବ୍ଲକ ଅର୍ନ୍ତଗତ ଗୋବିନ୍ଦପୁର ଗ୍ରାମପଂଚାୟତର ଆରୁହା ଗ୍ରାମ ନିକଟରେ ଡେଲାଙ୍ଗ ଡିଷ୍ଟ୍ରିବୁ୍ୟଟାରି କେନାଲର ପଶ୍ଚିମ ପାଶ୍ୱର୍ ବନ୍ଧରେ ୩୦ଫୁଟର ଘାଇ ସୃଷ୍ଟି ହୋଇଛି । ଯାହା ଫଳରେ ଆରୁହା ଏବଂ ସିଉଳା ମୌଜାର ଶହ ଶହ ଏକର ଧାନ ଜମି ବୁଡ଼ି ଯାଇଛି । ଶୀଘ୍ର ଜଳ ନିଷ୍କାସନ ନ ହେଲେ ଧାନ ଗଛ ପଚିଯିବାର ଆଶଙ୍କା କରିଛନ୍ତି ଚାଷୀକୁଳ । ଗୋଟେ ପଟେ ବନ୍ୟା ଦୁଃଖ ନ ସରୁଣୁ ଅନ୍ୟପଟେ କେନାଲ ବନ୍ଧ ଭାଙ୍ଗି ଧାନ ଜମି ଜଳମଗ୍ନ ହେବାର ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ସ୍ଥାନୀୟ ବାସିନ୍ଦା କହିଛନ୍ତି, ଦୀର୍ଘ ବର୍ଷ ହେଲା କେନାଲ ମରାମତି ନ ହେବାରୁ ବନ୍ଧ ଭାଙ୍ଗିଲା । ଚାଷୀକୁଳ ସର୍ବସ୍ୱାନ୍ତ ହେବା ଆଶଙ୍କା ପ୍ରକାଶ ପାଇଲା । ତୁରନ୍ତ ଘାଇ ମରାମତି କରିବା ସହ ଧାନ ଜମିରୁ ପାଣି ନିଷ୍କାସନ ପାଇଁ ଦାବି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *