ବଜାରରେ ନକଲି ସାର ଓ କୀଟନାଶକ

କଣ୍ଟାପଡା (ଆପ୍ର) : କଣ୍ଟାପଡା ତହସିଲ ଅଧୀନରେ ପ୍ରତ୍ୟେକ ଛକ ପାନ ଦୋକାନ, ଗ୍ରୋସରୀ ଦୋକାନରେ ମିଳୁଛି ସାର ଓ କୀଟନାଶକ ଔଷଧ । ଏ ସବୁକୁ ·ଷୀମାନେ ନେଇ ବିଲରେ ପ୍ରୟୋଗ କଲେ କିଛି କାମ ଦେଉନି ବୋଲି ଅଭିଯୋଗ କରୁଛନ୍ତି ·ଷୀମାନେ । ବିଲରେ ସାର ପକାଇଲେ ବି କୌଣସି ସୁଫଳ ମୁଳୁନଥିବା ବେଳେ କଣ୍ଟାପଡା କୃଷି ବିଭାଗ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିିଁ । ବିନା ଲାଇସେନସ୍ରେ ଦୋକାନୀମାନେ କେଉଁଠୁ ଏ ସାର ଓ କୀଟନାଶକ ଆଣୁଛନ୍ତି ତାହା ମଧ୍ୟ କୃଷିବିଭାଗ ପାଖରେ ଖବର ନାହିଁ । କୃଷିବିଭାଗ କର୍ମ·ରୀମାନେ ଏ ପର୍ଯ୍ୟନ୍ତ ଖେତକୁ ଯାଇନାହାନ୍ତି । ଏହି ନକଲି ସାର ଓ କୀଟନାଶକର ପେଣ୍ଠସ୍ଥଳୀ ପାଲଟିଛି ନାହାଳପୁର, ଗୋବିନ୍ଦପୁର, ପାଟସୁନ୍ଦରପୁର, ବାଗଲପୁର, ବ୍ରାହ୍ମଣ ସାଇଲୋ, ଭୋଗରଶ୍ୱର, ଅଡ଼ସପୁର, ସଳେଇ, ସୁନ୍ଦରଗାଁ ଓ ନୂଆଗାଁ । ଗରିବ ·ଷୀମାନେ ·ଷପାଇଁ ବିଭିନ୍ନ ବ୍ୟାଙ୍କରୁ ଲୋନ୍ ଓ ହାତଉଧାରୀ କରି ·ଷ କରୁଥିଲେ ମଧ୍ୟ ଏହି ନକଲି ସାର ପାଇଁ ସର୍ବସ୍ୱାନ୍ତ ହେବା ଦେଖାଦେଇଛି । ଏଥିପାଇଁ ଜିଲ୍ଲା କୃଷିବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ·ଷୀ ବଳରାମ ସାହୁ, ସୁଦର୍ଶନ ଜେନା, ଟୁଲୁ ପ୍ରଧାନ ଓ ଶତାଧିକ ·ଷୀ ଅଭିଯୋଗ ଆଣିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *