ବିଏମ୍ସିକୁ ୯ ମାସ ମହଲତ

ଭୁଆଶୁଣୀ ଡମ୍ପିଂ ୟାର୍ଡ ବିବାଦ
ଭୁବନେଶ୍ୱର, ୩୦ା୮ (ବୁ୍ୟରୋ): ଭୁଆଶୁଣୀ ଡମ୍ପିଂ ୟାର୍ଡ ବିବାଦ ପ୍ରସଙ୍ଗରେ ବସିଥିବା ବୈଠକ ଶେଷ ହୋଇଛି । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମାଗିଥିବା ୯ମାସର ମହଲତ ମିଳିଛି । ଏନେଇ ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ଲିଖିତ ଆକାରରେ ପ୍ରତିଶ୍ରୁତି ପ୍ରଦାନ କରାଯିବା ପରେ ଭୁଆଶୁଣୀ ଡମ୍ଫିଂ ୟାର୍ଡରେ ଅଳିଆ ପଡ଼ିବା ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଅଳିଆ ଉଠାଯାଇଛି । ଆଲୋଚନା ସଫଳ ହୋଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି । ସମସ୍ୟାର ସମାଧାନ ପାଇଁ ବିଏମ୍ସି ୯ମାସର ସମୟ ମାଗିଥିଲା । ଗ୍ରାମବାସୀଙ୍କ ସହ ଲୋକସେବା ଭବନରେ ଆଲୋଚନା ହେବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ଆରମ୍ଭ ହେବ । ବିବାଦ ସମାଧାନ ପାଇଁ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ସମସ୍ୟାର ସମାଧାନ ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ ଓ ମନ୍ତ୍ରୀ ଉଷା ଦେବୀଙ୍କ ହସ୍ତକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ୩ ସପ୍ତାହରୁ ଅଧିକ ସମୟ ଧରି ଭୁଆଶୁଣୀ ଡମ୍ପିଂୟାର୍ଡ ନେଇ ଅଚଳାବସ୍ଥା ଲାଗି ରହିଛି ।
ବୈଠକରେ ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଜଟଣୀ ବିଧାୟକ ଶ୍ରୀ ରାଉତରାୟଙ୍କ ସମେତ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସ୍ଥାନୀୟ ସରପଞ୍ଚଙ୍କ ସମେତ ୨୦ ଜଣ ପ୍ରତିନିଧି ସାମିଲ ହୋଇଥିଲେ । ପୂର୍ବରୁ ଅଳିଆ ବିବାଦର ସମାଧାନ ପାଇଁ ବିଏମସିର ଅଫିସରେ ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିବା ବୈଠକରେ ନିଷ୍କର୍ଷ ବାହାରି ପାରିନଥିଲା । ଗ୍ରାମବାସୀ ଗ୍ରାମସଭାରେ ଚୂଡାନ୍ତ ନିଷ୍ପତ୍ତି ହେବ କହିଥିବାବେଳେ ସୋମବାର ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଥିଲେ । ପୂର୍ବରୁ ସମାଧାନ ପାଇଁ ଏକ ଚିଠି ମଧ୍ୟ ମୂଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ ।
ଡ଼ମ୍ପିଂୟାର୍ଡରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣ ସାମୟିକ ଭାବେ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ତଥାପି ବିବାଦର ସମାଧାନ ହୋଇନଥିଲା । ତେଣୁ ୨୦୦୮ରୁ ଲାଗି ରହିଥିବା ଏହି ବିବାଦର ସମାଧାନ ନେଇ ମଙ୍ଗଳବାର ଲୋକସେବା ଭବନରେ ଆପୋଷ ବୁଝାମଣା ହୋଇଥିବା କୁହାଯାଉଛି । ସେହିଭଳି ପ୍ରତିକ୍ରିୟାରେ ଜଟଣୀ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି, ଏବେ ଅଳିଆ ଆସ୍ତେ ଆସ୍ତେ ପଡିବ ଏବଂ ୬ ମାସ ଭିତରେ ପୂରା ହଟିବ । ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ୱ ଦେଇଥିବା ଶ୍ରୀ ରାଉତରାୟ କହିଛନ୍ତି । ସେପଟେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀଙ୍କ ସହ ଭଲ ଆଲୋଚନା ହୋଇଥିବା ମେୟର ଶ୍ରୀମତି ଦାସ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *