ବନ୍ୟା ପରେ ଚାଷୀଙ୍କ ଦୁଃସ୍ଥିତି ବଢ଼ିଛି: କଂଗ୍ରେସ
ଭୁବନେଶ୍ୱର (ବୁ୍ୟରୋ): ଚଳିତ ଖରିଫ ଚାଷକୁ ଲଘୁଚାପ ଜନିତ ବର୍ଷା ବନ୍ୟା ନଷ୍ଟ କରି ଦେଇଛି । ୩୫ ଲକ୍ଷ ହେକ୍ଟର ଧାନ ଚାଷରୁ ୧୫ ଲକ୍ଷ ଚାଷ ଜମିରେ ତଳି ଧୋଇଯାଇଥିବାବେଳେ ୫ ଲକ୍ଷ ହେକ୍ଟର ଚାଷ ଜମିରେ ଅଣଧାନ ଓ ପନିପରିବା ପ୍ରଭୃତି ବ୍ୟାପକ ଭାବେ ନଷ୍ଟ ହୋଇଛି । ଫଳରେ ଚାଷୀ ବିପନ୍ନ ଓ ଦୁସ୍ଥିତିରେ ଥିବା ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି । ସରକାର ଅଦ୍ୟାବଧି ନିରବଦ୍ରଷ୍ଟା ଥିବାବେଳୋ ଠିକଣା ସମୟରେ ରାଜ୍ୟରେ ବିହନ ଓ ସାର ସଙ୍କଟ ଦେଖାଦେଇଛି । ସରକାର ଯଦି ବର୍ତ୍ତମାନ ପ୍ରଚଳିତ କୃଷି ଇନପୁଟ୍ ସହାୟତା ଚିରାଚରିତ ଢଙ୍ଗରେ ଚାଷୀଙ୍କୁ ଯୋଗାଇ ଦିଅନ୍ତି, ତେବେ ଚାଷୀର କ୍ଷତି ଭରଣା ହେଉନାହିଁ । ପ୍ରଚଳିତ ରିଲିଫ୍ କୋର୍ଡ ସଂଶୋଧନ କରାଗଲା ନାହିଁ । ତେଣୁ ଚାଷୀ ଉପଯୁକ୍ତ ସହାୟତା ପାଇବାରୁ ବଞ୍ଚôତ । ଏବେ ଚାଷୀଙ୍କୁ ସରକାର ପ୍ରତିଶ୍ରୁତି ଦେବା ଓ ସହାୟତା ଘୋଷଣା କରିବା କେବଳ ପ୍ରଚାର ଓ ପ୍ରସାର ସର୍ବସ୍ୱ ନ ହୋଇ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବା ଏକାନ୍ତ ଜରୁରୀ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଚେତେବନୀ ଦେଇଛନ୍ତି ।
·ଷୀ ବୀମା କରି ଫସଲ ବୀମା ସହାୟତା ପାଉ ନ ଥିବା ବେଳେ ·ଷୀର ପ୍ରିମିୟମ ଟଙ୍କାରେ କମ୍ପାନୀ ଓ ସରକାର ମାଲାମାଲ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଚାଷୀକୁ ମିଳୁନାହିଁ । କାଳିଆ ବଳିଆ ଓ ପିଏମ୍ କିଷାନ ନିଧି ଯୋଜନା ପ୍ରହସନ ପାଲଟିଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କମ୍ପାନୀ ପ୍ରଧାନମନ୍ତ୍ରୀ ଫସଲବୀମା ସର୍ତ୍ତାବଳୀ ଅନୁଯାୟୀ ଅଗ୍ରୀମ ବୀମା କ୍ଷତିପୂରଣ ସହାୟତା ରାଶି ଯୋଗାଇ ଦେବାକୁ ସମ୍ମିଳନୀରେ କିଷାନ କଂଗ୍ରେସ ପକ୍ଷରୁ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ବିଭୁତି ମିଶ୍ର, ଚାଷୀନେତା ଧ୍ରୁବ ଚରଣ ପରିଡ଼ା, ଭଗବାନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।