୮ବର୍ଷ ଧରି ସୂର୍ଯ୍ୟ ଦେଖିନାହାନ୍ତି ସୁନୀତା

ଦିବ୍ୟାଙ୍ଗନାଙ୍କୁ ବିଜେପି ନେତ୍ରୀଙ୍କ ପାଶବିକ ନିର୍ଯାତନା
ରାଞ୍ଚô (ଏଜେନ୍ସି): ରାଞ୍ଚôରେ ୨୯ ବର୍ଷୀୟା ଜଣେ ଆଦିବାସୀ ଦିବ୍ୟାଙ୍ଗ ମହିଳାଙ୍କୁ ଦୀର୍ଘ ୮ବର୍ଷ ଧରି ଅମାନବୀୟ ଭାବେ ନିର୍ଯ୍ୟାତନା ଦିଆଯାଉଥିବା ଭଳି ଅତ୍ୟନ୍ତ ସ୍ପର୍ଶକାତର ମାମଲା ସାମ୍ନାକୁ ଆସିଛି । ପୀଡ଼ିତା ଦିବ୍ୟାଙ୍ଗ ମହିଳାଙ୍କ ନାମ ସୁନୀତା ଭାବେ ଚିହ୍ନଟ ହୋଇଛନ୍ତି । ତେବେ ସୁନୀତା ସେଠାରୁ ଉଦ୍ଧାର ହେବା ପରେ ତାଙ୍କ ସହ ଘଟିଥିବା ନାରକୀୟ ନିର୍ଯାତନା ସମ୍ପର୍କରେ ପୁଲିସ୍ ଆଗରେ କହିବା ପରେ ଏପ୍ରକାର ଏକ ଅତ୍ୟନ୍ତ ଜଘନ୍ୟ ଘଟଣା ସର୍ବସମ୍ମୁଖକୁ ଆସିପାରିଛି ।
ସୁନୀତା ପୁଲିସ୍କୁ ଦେଇଥିବା ବୟାନ ଅନୁସାରେ, ରାଞ୍ଚôର ମହେଶ୍ୱର ପାତ୍ର ନାମକ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଏବଂ ତାଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ସୀମା ପାତ୍ର ରାଞ୍ଚôର ଭିଆଇପି ଅଞ୍ଚଳ ଅଶୋକ ନଗରରେ ରହୁଥିବା ବେଳେ ଉଭୟ ସୁନୀତାଙ୍କୁ ଏହି ଘରେ ସହାୟକ ଭାବେ ନିଯୁକ୍ତି ଦେଇଥିଲେ । ତେବେ ପ୍ରଥମେ ପ୍ରଥମେ ସବୁକିଛି ଠିକ୍ ଠାକ୍ ଚାଲିଥିବା ବେଳେ ପରେ ଘରର ମାଲିକାଣୀ ଅର୍ଥାତ୍ ବିଜେପି ନେତ୍ରୀ ସୀମା ପାତ୍ର ତାଙ୍କ (ସୁନୀତା) ଉପରେ ନିର୍ଯାତନା ଆରମ୍ଭ କରିଦେଇଥିଲେ । ଏହି ପ୍ରକ୍ରିୟା ଦୀର୍ଘ ୮ବର୍ଷ ଧରି ଚାଲିଥିଲା । ଘରେ ସୁନୀତାଙ୍କୁ ସୀମା ତାଲା ପକାଇ ରଖୁଥିଲେ, ଯାହାଫଳରେ ସୁନୀତା ବାହାରକୁ ଯାଇପାରିବେନି କିମ୍ବା କାହାକୁ କିଛି କହିପାରିବେନି । ଏପରିକି ସୁନୀତାଙ୍କୁ ପେଟପୁରା ଖାଇବାକୁ ମଧ୍ୟ ସୀମା ଦେଉନଥିଲେ ଓଲଟା ଲୁହା ଛଡରେ ମାଡ଼ ମାରୁଥିଲେ, ଗରମ ତାୱାରେ ଚେଙ୍କ ଦେଇଦେଉଥିଲେ । ନିଜକୁ ସଭ୍ୟ ସମାଜର ତତ୍ତ୍ୱାବଧାରକ କହୁଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମହେଶ୍ୱର ପାତ୍ର ଘରର ଯେକୌଣସି ସ୍ଥାନରେ ପରିଶ୍ରା କରୁଥିଲେ ଏବଂ ସୀମା, ସୁନୀତାଙ୍କୁ ଜିଭରେ ସେସବୁକୁ ସଫା କରିବାକୁ କହୁଥିଲେ । ସୁନୀତା ଏଥିରେ ଅମଙ୍ଗ ହେଲେ ନିଜେ ମହେଶ୍ୱର ରଡ୍ରେ ଭୀଷଣ ମାଡ଼ ମାରୁଥିଲେ ଯେଉଁଥିରେ ସୁନୀତାଙ୍କୁ ଗଭୀର କ୍ଷତ ଲାଗିଛି, ତାଙ୍କ ଦାନ୍ତ ମଧ୍ୟ ଭାଙ୍ଗିଯାଇଛି । ସୁନୀତା ଏବେ ଠିକ୍ ଭାବେ ଚାଲି ମଧ୍ୟ ପାରୁନାହାନ୍ତି । ସବୁଠୁ ବଡ଼ କଥା ହେଉଛି ସୁନୀତା ଦୀର୍ଘ ୮ବର୍ଷ ଧରି ସୂର୍ଯ୍ୟକିରଣ ଦେଖିବାର ମଧ୍ୟ ସୁଯୋଗ ପାଇନାହାନ୍ତି । ସୁନୀତା ଯେତେବେଳେ ବି ନିଜ ଘରକୁ ଯିବା କଥା ଉଠାଉଥିଲେ ସେତେବେଳେ ମହେଶ୍ୱର ତାଙ୍କୁ ମାଡ଼ ମାରୁଥିଲେ । ଘର ଲୋକଙ୍କ ସହ କଥା ମଧ୍ୟ କରାଇବାକୁ ଦେଉନଥିଲେ ।
ପ୍ରକାଶ ଏହି ମାମଲାରେ ଉଭୟ ଅବସରପ୍ରାପ୍ତ ଆଇଏଏସ୍ ମହେଶ୍ୱର ପାତ୍ର ଏବଂ ତାଙ୍କ ପତ୍ନୀ ସୀମା ପାତ୍ରଙ୍କ ବିରୋଧରେ ଏସ୍ସି/ଏସ୍ଟି ଆଇନ୍-୧୯୮୯ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି । ଅନ୍ୟପକ୍ଷେ ଏସମ୍ପର୍କରେ ଜଣାପଡିବା ପରେ ପ୍ରଦେଶ ବିଜେପି ସୀମା ପାତ୍ରଙ୍କୁ ଦଳରୁ ବହିଷ୍କାର କରିଛି । ସୀମା, ପ୍ରଦେଶ ବିଜେପିର ମହିଳା ମୋର୍ଚ୍ଚାର ସଂଯୋଜକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ସୀମା ୨ଠ୧୮ରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଓଡ଼ିଶାଗସ୍ତରେ ମଧ୍ୟ ଆସିଥିବା ଜାଣିବାକୁ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *