ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ, ଦଶମ ଓ ଜେଇର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ବୁ୍ୟରୋ): ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶାର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଲକ୍ରେ ତଥା ଭୁବନେଶ୍ୱରରେ ଗୋଟିଏ ଆଇକନିକ୍ ଆଦର୍ଶ ସ୍କୁଲ ରହିଛି । ସିବିିଏସ୍ଇ ଢାଞ୍ଚାରେ ଏହି ସ୍କୁଲରେ ହଷ୍ଟେଲ ସୁବିଧା ସହ ପାଠ ପଢାଯାଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ।
ସମ୍ବର୍ଦ୍ଧିତ କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୟୁରଭଞ୍ଜ ଝରଗାଁ ଆଦର୍ଶ ବିଦ୍ୟାଳୟର ଆଦର୍ଶ ସାହୁ ଓ ସରିତା ମାର୍ଡି, କୋରାପୁଟ କୋଟପାଡ ଆଦର୍ଶ ବିଦ୍ୟାଳୟର ଓମ୍ ଆର୍ୟାନ ବିଶ୍ୱାଳ, ଗଞ୍ଜାମ ପିତାପଲ୍ଲୀ ଆଦର୍ଶ ବିଦ୍ୟାଳୟର ଉକ୍ରଳ ପଟ୍ଟନାୟକ, କଳାହାଣ୍ଡି ମଶାଣିମୁଣ୍ଡା ଆଦର୍ଶ ବିଦ୍ୟାଳୟର ଦିବ୍ୟେନ୍ଦୁ ସାହାନାଇ, କେନ୍ଦୁଝର ସାଳପଡା ଆଦର୍ଶ ବିଦ୍ୟାଳୟର ହେମନ୍ତ ବେହେରା, ଗଞ୍ଜାମ ସୋରଡା ଆଦର୍ଶ ବିଦ୍ୟାଳୟର ଶୁଭମ ପ୍ରସାଦ ଗୌଡ, ଗଞ୍ଜାମ ଶାସନମା ଗାଁ ଆଦର୍ଶ ବିଦ୍ୟାଳୟର ସୁମନ କୁମାରୀ ମହାରଣା, ମୟୂରଭଞ୍ଜ ରାଣିଭୋଳ ଆଦର୍ଶ ବିଦ୍ୟାଳୟର ମାନସ ମହୋଦଧି ପୁର୍ତ୍ତି, କୋରାପୁଟ ମାଛରା ଆଦର୍ଶ ବିଦ୍ୟାଳୟର ସ୍ୱସ୍ତିକ ଆଦିତ୍ୟ ରଞ୍ଜନ ରହିଛନ୍ତି । ଏ ସମସ୍ତେ ଜେଇଇ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।
ସେହିପରି ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଥିବା ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କେନ୍ଦୁଝର ସାଳପଡା ଆଦର୍ଶ ବିଦ୍ୟାଳୟର ଇଶାନୀ ବିଶୋଇ, ଗଞ୍ଜାମ ସିଦେ୍ଧଶ୍ୱର ଆଦର୍ଶ ବିଦ୍ୟାଳୟର ଏସ୍ ଅନୁଭବ ଦୋରା, ଗଞ୍ଜାମ କରାପଲ୍ଲୀ ଆଦର୍ଶ ବିଦ୍ୟାଳୟର ଏମ୍ ମୋହିତ ରେ‡ୀ, କୋରାପୁଟ କୋଟପାଡ ଆଦର୍ଶ ବିଦ୍ୟାଳୟର ଓମ୍ ଆର୍ୟାନ ବିଶ୍ୱାଳ, ଗଞ୍ଜାମ ସିଦେ୍ଧଶ୍ୱର ଆଦର୍ଶ ବିଦ୍ୟାଳୟର ସିପଦ ଯଜ୍ଞ ପ୍ରସାଦ ଆଚାରୀ ଅଛନ୍ତି । ସେହିପରି ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାଙ୍କ ମଧ୍ୟରେ କଳାହାଣ୍ଡି ମୁଣିଗୁଡା ଆଦର୍ଶ ବିଦ୍ୟାଳୟର ସୁଧନ୍ୟା ପତି, ମୟୁରଭଞ୍ଜ ଗରୁଡବସା ଆଦର୍ଶ ବିଦ୍ୟାଳୟର ବୈବଶ୍ୱେତା ଆଚାର୍ଯ୍ୟ ରହିଛନ୍ତି ।
ଏହି ଅବସରରେ ଶିକ୍ଷାର୍ଥୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଲୋଚନା କରିବା ସହ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ପିଲାଙ୍କ ସହ ମତ ବିନିମୟ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଦର୍ଶ ବିଦ୍ୟାଳୟରେ କିପରି ଆହୁରି ପ୍ରଭାବଶାଳୀ ଶିକ୍ଷାଦାନ କରାଯାଇପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମତାମତ ଲୋଡିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ, ବିଭାଗୀୟ ସଚିବ ଅଶ୍ୱଥି ଏସ୍, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ବରିଷ୍ଠ ଅଧିକାରୀ ଏବଂ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ଅଭିଭାବକ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *