ଅସଦାଚରଣରେ ଓଡ଼ିଶା ଆଗରେ
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶାରେ ବଢ଼ି·ଲିଛି ମହିଳାଙ୍କ ଉପରେ ନିର୍ଯାତନା ମାମଲା । ଗତବର୍ଷ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ସଂଘଟିତ ଅପରାଧିକ ମାମଲା ରାଜ୍ୟରେ ବଢ଼ିବାରେ ଲାଗିଛି । ଜାତୀୟ କ୍ରାଇମ ରେକର୍ଡ ବୁ୍ୟରୋ-୨୦୨୧ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ମହିଳାଙ୍କ ଉପରେ ନିର୍ଯାତନା ସହ ଅସଦାଚରଣ, ଦୁଷ୍କର୍ମ ଆଦି ମାମଲାରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ ରହିଛି । ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣରେ ଓଡ଼ିଶା ପ୍ରଥମରେ ରହିଛି । ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ଥିବାବେଳେ ସେମାନଙ୍କ ଉପରେ ହେଉଥିବା ନିର୍ଯାତନାରେ ଦେଶର ଟପ୍-୫ ରାଜ୍ୟ ମଧ୍ୟରେ ରହିଛି । ଜାତୀୟ କ୍ରାଇମ ରେକର୍ଡ ବୁ୍ୟରୋ-୨୦୨୧ ରିପୋର୍ଟରେ ଏପରି ଉଦ୍ୱେଗଜନକ ତଥ୍ୟ ପ୍ରକାଶ ପାଇଛି ।
ଓଡ଼ିଶାରେ ୨୦୨୦ ବର୍ଷ ତୁଳନାରେ ୨୦୨୧ରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ବୃଦ୍ଧି ପାଇଛି । ଏନସିଆରବି ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୧୪,୮୫୩ଟି ନିର୍ଯାତନା ମାମଲା ରୁଜୁ ହୋଇଛି । ସେହପରି ଦୁଷ୍କର୍ମ, ଅପହରଣ ଏବଂ ସ୍ୱାମୀ ଉତ୍ପୀଡ଼ନ ଭଳି ମାମଲା ବୃଦ୍ଧି ପାଇଛି । ଏହି ଭଳି ରାଜ୍ୟରେ ୪, ୮୮୯ ମାମଲା ରହିଛି । ୧୪, ୮୯୧ଟି ଅସଦାଚରଣ ମାମଲା ରହିଛି । ୨୦୨୧ରେ ରାଜ୍ୟରେ ମୋଟ ୩୧ ହଜାର ୩୫୨ ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ୧୫୧ ଦୁଷ୍କର୍ମ ଉଦ୍ୟମ, ୮୩୮ ମହିଳା ନିର୍ଯାତନା, ୧୪୫୬ ଦୁଷ୍କର୍ମ, ୧୨ ଦୁଷ୍କର୍ମ ସହ ହତ୍ୟା, ୫୬୫ ସାଇବର କ୍ରାଇମ ମାମଲା ରହିଛି । ୫,୧୭୫ ଅପହରଣ ମାମଲା ରୁଜୁ ହୋଇଛି । ୨୯୩ ଯୌତୁକଜନିତ ହତ୍ୟା ମାମଲା ସହ ଓଡ଼ିଶା ଦେଶର ଷଷ୍ଠ ସ୍ଥାନରେ ରହିଛି । ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ୨୭ ମାମଲା ରୁଜୁ ହୋଇଛି । ୩ ଜଣ ଏସିଡ୍ ଆକ୍ରମଣର ଶିକାର ରହିଛନ୍ତି । ରାଜ୍ୟରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ୧ ଲକ୍ଷ ଜନସଂଖ୍ୟାରେ ୧୩୭. ୮ରୁ ବଢ଼ି ୧୧୨. ୯ରେ ପହଞ୍ଚôଛି ।