ଦ୍ୱିତୀୟ ରାଉଣ୍ଡ୍ରେ କୋଭିନିକ୍ଙ୍କୁ ହରାଇଲେ ସେରେନା
ନୁୟର୍କ, ୩୦ା୮: ସ୍ଥାନୀୟ ଆର୍ଥର ଆସେ ଷ୍ଟାଡିୟମ୍ କୋର୍ଟରେ ଚାଲିଥିବା ୟୁଏସ୍ ଓପନ୍ର ମହିଳା ବର୍ଗରେ ପୂର୍ବତନ ଗ୍ରାଣ୍ଡ ସ୍ଲାମ୍ ବିଜେତା ୪୦ ବର୍ଷିୟା ସେରେନା ୱିଲିୟମ୍ସ୍ ଦ୍ୱିତୀୟ ରାଉଣ୍ଡରେ ମଣ୍ଟେଜିରୀୟ ପ୍ରତିଦ୍ୱିନ୍ଦୀ ଡନ୍କା କୋଭିନିକ୍ଙ୍କୁ ସିଧାସଳଖ ୬-୩, ୬-୩ ସେଟ୍ରେ ପରାସ୍ତ କରିଛନ୍ତି । ସେରେନା ବିଜୟୀ ହେବା ପରେ ଷ୍ଟାଡିମ୍ରେ ଉପସ୍ଥିତଚ ୨୩ ହଜାର ଦର୍ଶକ, ପ୍ରଶଂସକ ତାଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ ।
ପ୍ରସଂସକଙ୍କ ଉତ୍ସାହ ଦେଖି ସେରେନା ଖୁସିରେ ଆତ୍ମହରା ହୋଇ କହିଥିଲେ- ପ୍ରତ୍ୟେକଙ୍କ ଉତ୍ସାହ ମୋତେ ବେଶ୍ ସହଜ କରିଛି । ପ୍ରଶଂସକଙ୍କ ଶୁଭେଚ୍ଛା ଆଗକୁ ଯିବା ପାଇଁ ଉତ୍ସାହିତ କରିଛି ।
ନମ୍ବର-୧ ମାନ୍ୟତାପ୍ରାପ୍ତ ତଥା ୨୩ ଥର ଗ୍ରାଣ୍ଡ ସ୍ଲାମ୍ ଜିତିଥିବା ସେରେନାଙ୍କ ପୂର୍ବ ମ୍ୟାଚ୍ଗୁଡ଼ିକରେ ପ୍ରଦର୍ଶନ ଆଶାଜନକ ନ ଥିଲା । ଫଳରେ ତାଙ୍କ ରାଙ୍କ୍ ୬୦୫କୁ ଖସି ଆସିଥିଲା । ଏହାବ୍ୟତିତ ୟୁଏସ୍ ଓପନ୍ ତାଙ୍କର ଶେେ ମ୍ୟାଚ୍ । ଏହାପରେ ସେ ଟେନିସରୁ ଅବ୍ୟାହତି ନେବେ ବୋଲି ଘୋଷଣା କରିସାରିଛନ୍ତି । ଶେେ ମ୍ୟାଚ୍ରେ ପ୍ରଶସଂସକଙ୍କୁ ନିରାଶ କରିବେ ନାହିଁ ବୋଲି ସେରେନା ଦୃଢ଼ୋକ୍ତି କରିଛନ୍ତି । ୧୯୯୫ରେ ସେ ପ୍ରଥମ ପ୍ରଫେସନାଲ୍ ମ୍ୟାଚ୍ ଖେଳିଥିଲେ । ପ୍ରାୟ ୩ ଦଶନ୍ଧି ଧରି ସେ ଟେନିସ୍ରେ ସକ୍ରିୟ ଅଛନ୍ତି ।
ଅବସର ସଂପର୍କରେ ସେ କହିଛନ୍ତି, ଯେନିସରୁ ବିଦାୟ ନେବା ଚିନ୍ତା କଲା ବେଳେ ବହୁ କଷ୍ଟ ଲାଗୁଛି । କିନ୍ତୁ ଜୀବନରେ ଆଉ ଏକ ଅଧ୍ୟା ରହିଛି । ଅବସର ପରେ ପରିବାରକୁ ସମୟ ଦେବେ । ଟେନିସ୍ କୋର୍ଟରୁ ଗଲେ ବି ଆଉ ଏକ ଭବିଷ୍ୟତ ଅପେକ୍ଷା କରିଛି ବୋଲି ସେରେନା କହିଛନ୍ତି ।
ପୁରୁଷ ବର୍ଗରେ ବ୍ରିଟେନ୍ର ଆଣ୍ଡି ମୋରେ ୨୪ ନଂ ସିଡ୍ ଆର୍ଜେଣ୍ଟିନାର ଫ୍ରାନ୍ସିସ୍କୋ ସେରୁଣ୍ଡୋଲୋଙ୍କୁ ପରାସ୍ତ କରିଥିଲେ । ଏଥିସହିତ ଦାନିଏଲ୍ ଇଲାହି ଗଲନଙ୍କଠାରୁୂ ୪ର୍ଥ ସିଡ୍ ଷ୍ଟିଫାନୋ ଷ୍ଟିପାସ୍ ୬-୦, ୬-୧ ଓ ୭-୫ ସେଟ୍ରେ ହାରିଛନ୍ତି । ୟୁଏସ୍ ଓପନର ୧୪୨ ତମ ସଂସ୍କରଣ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଛି ଓ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ ।