ଧାମରା ବନ୍ଦର ବ୍ୟବହାର ପାଇଁ ନେପାଳକୁ ଅନୁମତି

ପାକ୍-ଚୀନ୍ର ଚାଲ୍ ଫେଲ୍
କାଠମାଣ୍ଡୁ, ୨୯ା୮: ନେପାଳରେ ଚୀନ୍୍ ଓ ପାକିସ୍ତାନର ଚାଲ୍କୁ ଫେଲ୍ କରିବା ପାଇଁ ଭାରତ ପକ୍ଷରୁ ଉଦ୍ୟମ ଜୋରଦାର ହୋଇଛି । ଏହିକ୍ରମରେ ଭାରତ ସରକାର ନେପାଳକୁ ଓଡ଼ିଶାର ଧାମରା ଓ ଗୁଜରାଟର ମୁନ୍ଦ୍ରା ବନ୍ଦର ବ୍ୟବହାର ପାଇଁ ମଞ୍ଜୁରି ଦେଇଛନ୍ତି । ଚାରିଦିଗରେ ସ୍ଥଳ ଭାଗଦ୍ୱାରା ପରିବେଷ୍ଟିତ ନେପାଳ ୨୦୦୩ରୁ ଧାମରା ଓ ମୁନ୍ଦ୍ରା ବନ୍ଦର ମାଧ୍ୟମରେ ଆମଦାନି-ରପ୍ତାନି ଆରମ୍ଭ କରିବ । ଫଳତଃ ନେପାଳୀ ସାମଗ୍ରୀ ଦକ୍ଷିଣପୂର୍ବ ଏସିଆ ଓ ମଧ୍ୟ ଏସିଆରେ ଅପେକ୍ଷାକୃତ ସ୍ୱଳ୍ପ ବ୍ୟୟରେ ପହଞ୍ଚô ପାରିବ । ଏହା ପୂର୍ବରୁ ୨୦୧୫ରେ ଭାରତ ଓ ନେପାଳ ମଧ୍ୟରେ ଉତ୍ତେଜନାର ସୁଯୋଗ ନେଇ ଚୀନ୍ ଓ ପାକିସ୍ତାନ ସେମାନଙ୍କ ବିଭିନ୍ନ ବନ୍ଦର ବ୍ୟବହାର କରିବା ଲାଗି ନେପାଳକୁ ଅନୁମତି ଦେଇଥିଲେ ।
ଭାରତୀୟ ବଜାରକୁ ଚା’ ଓ ମସଲା ଯୋଗାଇବା ପାଇଁ ନେପାଳ ସରକାର ଭାରତ ନିକଟରେ ଦାବି କରିଥିଲେ । ଏବେ ଭାରତ ନେପାଳକୁ ‘ଲାଇଫ୍ଲାଇନ୍’ ଯୋଗାଇବା ଫଳରେ ଚୀନ୍ ଓ ପାକିସ୍ତାନ ହତାଶ ହୋଇଛନ୍ତି । ୨୦୧୫ରେ ଭାରତ ଓ ନେପାଳ ମଧ୍ୟରେ ଉତ୍ତେଜନାର ସୁଯୋଗ ନେଇ ଚୀନ୍ ଓ ପାକିସ୍ତାନ ସେମାନଙ୍କ ବିଭିନ୍ନ ବନ୍ଦର ବ୍ୟବହାର କରିବା ଲାଗି ନେପାଳକୁ ଅନୁମତି ଦେଇଥିଲେ ।
ରିପୋର୍ଟ ଅନୁଯାୟୀ ନେପାଳର କୃଷିଜାତ ସାମଗ୍ରୀ ପାଇଁ ଭାରତୀୟ ବଜାର ଏଣିକି ଉନ୍ମୃକ୍ତ ହେବ । ‘ପ୍ରଥମେ ପଡ଼ୋଶୀ’ ନୀତି ଅନୁଯାୟୀ ମୋଦି ସରକାର ଧାମରା ଓ ମୁନ୍ଦ୍ରା ବନ୍ଦର ମାଧ୍ୟମରେ ନେପାଳକୁ ଆମଦାନି-ରପ୍ତାନି ଅନୁମତି ଦିଆଯାଇଛି । ଟାରିଫ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟରେ ବିସ୍ତୃତ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି ।
ବହୁ ଦଶକ ପୂର୍ବେ ନେପାଳ ଓ ଭାରତ ମଧ୍ୟରେ ବ୍ୟବସାୟ ଓ ଟ୍ରାଞ୍ଜିଟ୍ ପାଇଁ ଚୁକ୍ତି ହୋଇଥିଲା । ୨୦୧୬ରେ ଉକ୍ତ ଚୁକ୍ତିର ଶେଷ ଥର ପାଇଁ ସମୀକ୍ଷା କରାଯାଇଥିଲା । ଏବେ ଭାରତ ନେପାଳର ସର୍ବବୃହତ୍ ବ୍ୟବସାୟ ସହଯୋଗୀ ରାଷ୍ଟ୍ର । ନେପାଳର କେପି ଓଲି ସରକାର ଭାରତ ସହ ଉତ୍ତେଜନା ପରେ ଚୀନ୍ ସହ ବନ୍ଧୁତା ବଢ଼ାଇବା ଆରମ୍ଭ କରିଥିଲେ । କିନ୍ତୁ ନେପାଳ ପାଇଁ ଚୀନ୍ ଓ ପାକିସ୍ତାନର ବନ୍ଦର ଦେଇ ବ୍ୟବସାୟ ଓ ଟ୍ରାଞ୍ଜିଟ୍ ଅନୁକୂଳ ନୁହେଁ । ନେପାଳ ଠାରୁ ଚୀନା ବନ୍ଦରର ଦୂରତା ୪୦୦୦ କିଲୋମିଟର ଯାହାକି କୋଲକତା-ବୀରଗଞ୍ଜ (ନେପାଳ) ଦୂରତାର ୪ଗୁଣ । ଚୀନ୍ର ଭାଷା ମଧ୍ୟ ଆଉ ଏକ ପ୍ରତିବନ୍ଧକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *