ରାଜଧାନୀରେ ବହୁରୂପୀ ଏଣ୍ଡୁଅ ଡିଲ୍ ପଣ୍ଡ

ଭୁବନେଶ୍ୱର (ବୁ୍ୟରୋ): ବହୁରୂପୀ ଏଣ୍ଡୁଅ ଡିଲ୍କୁ ପଣ୍ଡ କରିଛି ପୁଲିସ୍ ଓ ବନବିଭାଗର ମିଳିତ ଟିମ୍ । ରାଜଧାନୀରେ ଏହି ରାକେଟ୍ ଠାବ ହୋଇଥିବାବେଳେ ୨ ଜଣ ଗିରଫ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ରଶ୍ମି ରଞ୍ଜନ ଦାସ ଓ କ୍ଷୀରୋଦ ମହାନ୍ତି । ଜଟଣିର ଜଣେ ବ୍ୟକ୍ତିଙ୍କଠୁ ଏଭଳି ଏଣ୍ଡୁଅ ଚାଲାଣ ବେଳେ ଧରାପଡିଛନ୍ତି ।
ସୂଚନା ଅନୁଯାୟୀ, ସୋମବାର ମଧ୍ୟାହ୍ନରେ ଏଣ୍ଡୁଅ ବିକ୍ରି କରିବାକୁ ବାଣୀବିହାର ନିକଟ ମୁଖାର୍ଜୀ ପାର୍କକୁ ଯାଇଥିଲେ ଦୁଇ ଅଭିଯୁକ୍ତ । ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିଲା ବନବିଭାଗ ଟିମ୍ । ଗ୍ରାହକ ସାଜି ଏଣ୍ଡୁଅ କିଣିବାକୁ ସେମାନଙ୍କ ସହ କଥା ହେବାବେଳେ ଉଭୟଙ୍କୁ ଧରାଯାଇଥିଲା । ମଞ୍ଚେଶ୍ୱର ଥାନା ଅଧିକାରୀ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା । ଉଭୟ ରଶ୍ମି ରଞ୍ଜନ ଓ କ୍ଷୀରୋଦ ଜଟଣୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କାରେ ଏକ ବହୁରୂପୀ ଏଣ୍ଡୁଅ କିଣିଥିଲେ । ତାହାକୁ ଗୋଟିଏ ଦିନ ରଖିବା ପରେ ଦେଢ ଲକ୍ଷରେ ବିକ୍ରି ପାଇଁ ଯୋଜନା କରିଥିଲେ । ବନ ବିଭାଗ ଜାଣି ପାରି ଟିମ୍ ଗଠନ କରି ସେମାନଙ୍କ ସହ ଡିଲ୍ କରିଥିଲେ । ଜଟଣୀର ଯେଉଁ ବ୍ୟକ୍ତି ଏହି ଡିଲ କରିଥିଲେ କିଣିବା ପାଇଁ ତାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ ବନ ବିଭାଗ । ଉଭୟ ଅଜା ନାତିଙ୍କୁ ପଚରାଉଚୁରା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *