ମିଳିବ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ
ନୂଆଦିଲ୍ଲୀରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୯ା୮ (ବୁ୍ୟରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆର୍ଚିଭ୍ମେଣ୍ଟ ଆୱାର୍ଡ ମିଳିବ । ପ୍ରଶଂସନୀୟ ଓ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଆସନ୍ତା ୪ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିଅମ୍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଏହି ସମ୍ମାନ ମିିଳିବ । ଏହି ଅବସରରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟସ୍ ଏନ୍ ଭି ରମଣା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ
ସମ୍ମାନିତ କରିବେ ବୋଲି ସୋମବାର ପ୍ରକାଶ ପାଇଛି ।
ନବୀନଙ୍କ ନେତୃତ୍ୱରେ ଗତ ୨ ଦଶନ୍ଧିରେ ଓଡ଼ିଶା ବିକାଶର ଶୀର୍ଷ ଛୁଇଁଛି । ନବୀନଙ୍କ ସାଧାରଣ ଜୀବନଶୈଳୀ ଓ ଉଦାରତା ଲୋକଙ୍କ ହୃଦୟ ଜିତିଛି । ଯାହାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲାଇଫ୍ ଟାଇମ୍ ଆର୍ଚିଭ୍ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଉଥିବା କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ୧୯୮୭ରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସୋଇଟି ପ୍ରତିଷ୍ଠିତ ହୋଇଥିଲା । ସୋସାଇଟିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସଦସ୍ୟ ଭାବେ ଥିବାବେଳେ ପୂର୍ବରୁ ସୋସାଇଟି ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ କେ ଗୁଜୁରାଲ, ବରିଷ୍ଠ ଓକିଲ ରାମ ଜେଠ୍ମଲାନି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୂରଲୀ ମନୋହର ଜୋସୀଙ୍କ ଭଳି ବିଷିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ କରିଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଣବ ମୁଖର୍ଜୀ ସୋସାଇଟିର ସଦସ୍ୟଥିବା ଏହି ଅବସରରେ ପ୍ରକାଶ ପାଇଛି ।