ଇଡି, ସିବିଆଇ ଅଧିକାରୀଙ୍କୁ ଯାଞ୍ଚ ଧମକ

କୋଲକାତା (ଏଜେନ୍ସି): ଗତ କିଛିଦିନ ହେଲା ନିଜ ମନ୍ତ୍ରୀମାନଙ୍କୁ ନେଇ ବିବାଦରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା ବେଳେ ଏବେ ଦଳର ଆଉ କିଛି ନେତାଙ୍କୁ ନେଇ ଅଭିଯୋଗ କରାଯାଇଛି । ଏମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ କେନ୍ଦ୍ରୀୟ ଅନୁସନ୍ଧାନ ବୁ୍ୟରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଦ୍ୱାରା କରାଯାଉଥିବା ଚଢ଼ଉକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଯାଉଥିବା ଚଢ଼ଉକୁ ବିରୋଧ କରି ମମତା କହିଛନ୍ତି, ଏଭଳି ଚଢ଼ଉ ବନ୍ଦ ନ ହେଲେ ପଶ୍ଚିମବଙ୍ଗରେ ଥିବା କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀଙ୍କ ବିରୋଧରେ ଯାଞ୍ଚ୍ ହେବ । ପଶ୍ଚିମଙ୍ଗରେ ମଧ୍ୟ ସିବିଆଇ, ଇଡି ଏବଂ ଅନ୍ୟ କେନ୍ଦ୍ରୀୟ ଅଧିକାରୀଙ୍କ ବିରୋଧରେ ମାମଲା ରହିଛି । ତେଣୁ ଯଦି ଆପଣ ମୋର ଅଧିକାରୀମାନଙ୍କୁ ଦିଲ୍ଲୀକୁ ଡାକିବେ, ମୁଁ ମଧ୍ୟ ଆପଣଙ୍କ ଅଧିକାରୀମାନଙ୍କୁ ପଶ୍ଚିମବଙ୍ଗକୁ ଡାକିବି । ରାଜ୍ୟରେ ମୁତୟନ ଥିବା ଅତି କମ୍ରେ ୮ ଜଣ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରହିଛି । କେନ୍ଦ୍ର ସରକାର ଜାଣିଶୁଣି ଏଭଳି ଚଢ଼ଉ କରାଉଥିବା ଦାବି କରି ସେ ଏଭଳି ଧମକ ଦେଇଛନ୍ତି । ମମତା ଏହା ମଧ୍ୟ କହିଛନ୍ତି ଯେ ବିଲକିସ୍ ବାନୋ ମାମଲାରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟିଏମ୍ସି କୋଲକାତାରେ ୪୮ଘଣ୍ଟିଆ ଧର୍ମଘଟର ଆୟୋଜନ କରିବ । ବିଲକିସ୍ ବାନୋ ମାମଲାରେ ୧୧ଜଣ ଦୋଷୀଙ୍କୁ ଅଗଷ୍ଟ ୧୫ରେ ଗୁଜୁରାଟ ସରକାର ନିଜର କ୍ଷମା ନୀତି ଅନୁଯାୟୀ ମୁକ୍ତ କରିବାକୁ ଅନୁମତି ଦେବା ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *