ବନ୍ଦୀକୁ ଗଳାକାଟି ହତ୍ୟା ଉଦ୍ୟମ
ଜେଲ୍ ଭିତରେ ଜଘନ୍ୟକାଣ୍ଡ
ପୁରୀ (ବୁ୍ୟରୋ): କେବଳ ଥାନା ନୁହେଁ, ପୁରୀ ଜେଲ୍ରେ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛନ୍ତି ବିଚାରାଧୀନ ବନ୍ଦୀ । ହାଜତ ମୃତୁ୍ୟ ପାଇଁ ବଦ୍ନାମ ଥିବା ପୁରୀ ଜିଲ୍ଲାରେ ଏବେ ପୁଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଜେଲ୍ ପରିସରରେ ହାର୍ଡକୋର ଅପରାଧୀ ଧିରେନ୍ଦ୍ରନାଥ ବରାଳ ଓରଫ ପପୁକୁ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପପୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ କିଏ ଓ କାହିଁକି ପପୁକୁ ହତ୍ୟା କରିବାକୁ ଉଦ୍ୟମ କରୁଥିଲା ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଘଟଣା ପରେ ଜେଲ ସୁପରିଣ୍ଟେଣ୍ଡଣ୍ଟ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ସଦସ୍ୟ । ମେଡିକାଲରେ ତାଙ୍କ ପରିବାର ସଦସ୍ୟ ପହଞ୍ଚô ପୁଲିସର ପାରିବା ପଣିଆ ଉପରକୁ ଅଙ୍ଗୁଳି ନିଦେ୍ର୍ଦଶ କରିଛନ୍ତି । ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ମିଳିଥିବା ସୂଚନାନୁଯାୟୀ, ସୋମବାର ସକାଳେ ଜେଲ ପରିସରରେ ପପୁ ଓ ଅନ୍ୟ ଜଣେ କଏଦୀ ବୁଲୁଥିବା ଅବସ୍ଥାରେ ଅନ୍ୟ ଜଣେ କଏଦୀ ପପୁଙ୍କ ବେକରେ ଛୁରୀ ଲଗାଇ ଗଳା କାଟିବାକୁ ଉଦ୍ୟମ କରିଥିଲା । ଆକ୍ରମଣରେ ଗଳା ଅଳ୍ପ କଟି ଯାଇଥିବା ବେଳେ ସେ ତଳେ ପଡିଯିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଖବରପାଇ ଜେଲ କର୍ତ୍ତୃପକ୍ଷ ଗୁରୁତର ଅବସ୍ଥାରେ ପପୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଘଟଣାର ତଦନ୍ତ ଜାରି ରହିଥିବା ନେଇ ଜେଲ୍ କର୍ତ୍ତୃପକ୍ଷ କହୁଥିବା ବେଳେ ପୂର୍ବ ଶତୁତ୍ରାରୁ ପପୁ ଉପରେ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ ଗତ ୨୨ରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁକୁ ଦାଦାବଟି ଆଦାୟ ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଗିରଫ କରି ୨୩ରେ କୋର୍ଟଚାଲାଣ କରିଥିଲା । ସୂଚନାଥାଉକି, ପୁରୀର ଧାନକୁଟି ସାହିରେ ପପୁ ବରାଳର ଘର । ପୂର୍ବରୁ ପପୁ ନାମରେ ଟାଉନ ଓ ସମୁଦ୍ରକୂଳ ଥାନାରେ ୧୬ରୁ ଊଦ୍ଧ୍ୱର୍ ମାମଲା ରହିଥିବାବେଳେ ତା’ ନାମରେ ପୁରୀ ପୁଲିସ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ।