୧୫ ବର୍ଷ ପରେ ବି ମହାପାଟ ସାହିକୁ ମିଳୁନି ପାଣି
ପାନୀୟଜଳ ଯୋଗାଣର ନିଛକ ଚିତ୍ର
କଙ୍କଡାହାଡ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମର ମହାପାଟ ସାହିରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି । ସେଠିକାର ଗ୍ରାମବାସୀ କହିବାମୁତାବକ ୨୦୦୭ ମସିହାରେ ଘରେ ଘରେ ପାଇପ ମାଧ୍ୟମରେ କିଭଳି ଭାବରେ ପାଣି ପହଞ୍ଚି ପାରିବ ସେଥିପାଇଁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା । ତାହା ସହିତ ଘରେ ଘରେ ଟ୍ୟାପ ମଧ୍ୟ ତିଆରି କରାଯାଇଥିଲା । କିନ୍ତୁ ଗୋଟିଏ ବର୍ଷ ସଠିକ ଭାବେ ମହାପାଟ ସାହିକୁ ପାଣି ଆସିଥିଲା । ୨୦୨୨ ମସିହା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମହାପାଟ ସାହିରେ ପାଣି ପହଞ୍ଚି ପାରିନାହିଁ । ଯାହାଫଳରେ କି ହଳଦୀକୁଣ୍ଡି ଗ୍ରାମର ମହାପାଟ ସାହିର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକି ଖାଇବା ପାଣି କହିଲେ ଗୋଟିଏ କିଲୋମିଟର ହଳଦୀକୁଣ୍ଡି ଗ୍ରାମରୁ ଆସି ପାଣି ନେଇ ପରିବାର ମଧ୍ୟରେ ଚଳିଥାନ୍ତି । ନିଜ ସାହିରେ କହିବାକୁ ଗଲେ ଦୁଇଟି ନଳକୂପ ନିର୍ମିତ ହୋଇଛି । କିନ୍ତୁ ନଳକୂପ ପାଣି ବ୍ୟବହାର କରି ଅନେକ ଲୋକ ରୋଗ ଗ୍ରସ୍ତରେ ପଡୁଛନ୍ତି ବୋଲି ସେଠିକାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଠି ସରକାର ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ନୀରିହ ଲୋକଙ୍କୁ ପାନୀୟ ଜଳ ସମସ୍ୟା ଦୂର କରିବାପାଇଁ କୋଟି କୋଟି ଟଙ୍କାର ବସୁଧା ଯୋଜନାରେ ଘରେ ଘରେ ପାଣି ପହଞ୍ଚିବାର ପ୍ରୟାସ ମଧ୍ୟ ଜାରି ରଖିଛନ୍ତି । କିନ୍ତୁ ଏଠି ଲୋକଙ୍କ ପାଖକୁ ପାଣିତ ପହଞ୍ଚି ପାରୁନାହିଁ ଖାଲି ପହଞ୍ଚି ଯାଉଛି ଅଭିଯୋଗ । ୨୦୦୭ ମସିହା ଠାରୁ ଆରମ୍ଭ କରି ୨୦୨୨ ମସିହା ବିତି ଯାଇଥିଲେ ମଧ୍ୟ ହାରାହାରି ୧୪ ବର୍ଷ ବିତିଗଲାଣି କିନ୍ତୁ ପାଣି ପହଞ୍ଚିବା ନାଁରେ ନିର୍ମାଣ କରାଯାଇଛି ଘରେ ଘରେ ଗୋଟିଏ ଲେଖାଏଁ ଟ୍ୟାପ, ହେଲେ କିନ୍ତୁ ଟ୍ୟାପ ଭାଙ୍ଗି ଧୂଳି ସାତ ହୋଇ ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ପହଞ୍ଚି ପାରୁନି ପାଣି । ସେଠିକାର ଲୋକଙ୍କ ଜୀବିକା କହିଲେ ମୂଲ ଦୁଃଖ କରି ଚଳିବା ସହିତ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି । ନେତା ରାଜ ନେତା ଓ ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଗୋଚର କରାଯାଉଥିଲେ ମଧ୍ୟ ଦୃଷ୍ଟା ଆଢୁଆଳ୍େର ଅଣଦେଖା କରାଯାଉଛି ବୋଲି ସେଠିକାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଗଣ ମାଧ୍ୟମରେ ପ୍ରଚାର ପ୍ରସାର ପରେ ପ୍ରଶାସନ ଅଧିକାରୀ କଣ ପଦକ୍ଷେପ ନେଉଛନ୍ତି ।