ବରଗଛ ମୂଳରେ ମୋ ଅଙ୍ଗନୱାଡି କେନ୍ଦ୍ର
ନରସିଂହପୁର (ଆପ୍ର): ବଡମ୍ବା ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତର କୈବର୍ତ୍ତ ସାହିରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଗାଁର ଏକ ବରଗଛ ମୂଳରେ ·ଲିଛି ମୋ ଅଙ୍ଗନୱାଡି କେନ୍ଦ୍ର । ବଡମ୍ବା ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତର କୈବର୍ତ୍ତ ସାହିରେ ଅଙ୍ଗନୱାଡି କେନ୍ଦ୍ର ନଥିବାରୁ ଗାଁର ଏକ ବରଗଛ ମୂଳରେ ଚାଲିଛି ମୋ ଅଙ୍ଗନୱାଡି କେନ୍ଦ୍ର । ବିଧାୟକଙ୍କର ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ସିଡିପିଓଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ବିଷୟରେ ଅବଗତ । ହେଲେ ସବୁ ଜାଣି ଶୁଣି ଆକ୍ରୋଶ ମୂଳକ ଭାବେ ଘର କରାଯାଉନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ତେବେ ଗୋପୀନାଥପୁରର ୭ ଏବଂ ୮ ନମ୍ବର ୱାର୍ଡର ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏମିତି ବରଗଛ ମୂଳେବସି ପାଠ ପଢୁଛନ୍ତି । ଏଇ ବର ଗଛ ମୂଳରେ ହେଉଛି ସରକାରଙ୍କର ମୋ ଅଙ୍ଗନୱାଡି କେନ୍ଦ୍ରୟ ଆଜି ବର୍ଷା ଝଡ଼ ବାତ୍ୟା ଖରାହେଲା ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ । ଏମିତି ଅବ୍ୟବସ୍ଥା ଘେରରେ ·ଲିଛି ଗୋପୀନାଥପୁରର କୈବର୍ତ୍ତ ସାହିର ଅଙ୍ଗନୱାଡି କେନ୍ଦ୍ର । ବଡମ୍ବା ବ୍ଲକରେ ପାଖାପାଖି ୧୫ରୁ ୩୦ଟି ଅସ୍ଥାୟୀ ଘରେ ଅଙ୍ଗନୱାଡ଼ି ·ଲିଥିବାର ମଧ୍ୟ ତଥ୍ୟ ରହିଛି । ସେଥି ମଧ୍ୟରୁ ଅନେକ ସ୍ଥାନରେ କିଛି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ବନ୍ଦକରି ଶିକ୍ଷକମାନେ ଘରେ ରହି ସରକାରୀ ଦରମା ନେଉଥିବାର ମଧ୍ୟ ଜଣାପଡିଛି । ତେବେ ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।
ଖାଲି ସେତିକି ନୁହେଁ ଏହି ଅଙ୍ଗନୱାଡି କେନ୍ଦ୍ରରେ ୨୦୦୯ ମସିହାରେ ଦୁଇ ଜଣ ଅଙ୍ଗନବାଡି ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରାଯାଇଥିଲା । ତେବେ ତାଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ଜାଲ ପ୍ରମାଣପତ୍ର ଦେଇ ଚାକିରୀ କରିଥିବାରୁ ତାଙ୍କୁ ·କିରୀରୁ ବହିଷ୍କାର କରାଯାଇଥିଲା ଏବଂ ଅନ୍ୟ ଜଣେ ଶିକ୍ଷୟିତ୍ରି ମଧ୍ୟ ସରକାରଙ୍କର ତୃପ୍ତି ସଂଘଠନରେ କାର୍ଯ୍ୟ କରୁଥିବା ବେଳେ ଆଜିକୁ ପ୍ରାୟ ୧୨ ବର୍ଷ ହେବ ଅଙ୍ଗନୱାଡ଼ି କେନ୍ଦ୍ରରେ କେବଳ ରୋଷେୟା ସମ୍ଭାଳି ଆସୁଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ସମସ୍ତ ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଥିଲେ ମଧ୍ୟ କେହି ବି ଶୁଣୁ ନଥିବା ଅଭିଯୋଗ ହେଉଛି । ଏନେଇ ବଡମ୍ବା ଶିଶୁ ସମନ୍ୱୟ ବିକାଶ ବିଭାଗର ସିଡିପିଓ ପ୍ରମିଳା ଦେଇ କହିଥିଲେ କିପରି ନୂତନ ଅଙ୍ଗନବାଡି କେନ୍ଦ୍ର ତିଆରି ହୋଇ ପାରିବ ସେ ନେଇ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି । ହେଲେ ଦେଖିବାକୁ ବାକି ରହିଲା କେବେ ଏହି ଛୋଟ ଶିଶୁ ମାନଙ୍କ ପାଇଁ ଏକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରାଯାଉଛି ।