ସୋନାଲି ଫୋଗାଟ ମୃତୁ୍ୟ ମାମଲାର ତଦନ୍ତ କରିବ ସିବିଆଇ

ପାଣାଜୀ (ଏଜେନ୍ସି): ବିଜେପି ନେତ୍ରୀ ତଥା ଟିକ୍ଟକ୍ ଷ୍ଟାର୍ ସୋନାଲି ଫୋଗାଟ ମୃତୁ୍ୟ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ସୂଚନା ଦେଇଛନ୍ତି । ସିବିଆଇ ତଦନ୍ତ ପାଇଁ କିଛି ଆପତ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ସୋନାଲିଙ୍କ ପରିବାର ପକ୍ଷରୁ ସନ୍ତୋଷ ବ୍ୟକ୍ତ କରାଯାଇଛି । ସୋନାଲି ମୃତୁ୍ୟ ମାମଳାର ତଦନ୍ତ ଜାରି ରହିଛି । ଗୋଆ ପୁଲିସ ୩ ଅଭିଯୁକ୍ତଙ୍କୁ ମାପୁସା କୋର୍ଟର ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ କୁର୍ଲି କ୍ଲବ ମାଲିକ ଏଡୱିନ୍ ନୁ୍ୟନ୍ସ, ଡ୍ରଗ୍ସ ପେଡଲର ଦତ୍ତାପ୍ରସାଦ ଗାଓୃକର୍ ଓ ରାମା ମାଣ୍ଡ୍ରେକରଙ୍କ ରିମାଣ୍ଡ ପାଇଁ ଆବେଦନ କରାଯାଇଛି । ପୂର୍ବରୁ କୋର୍ଟ ସୋନାଲି ପିଏ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ସିଂହଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଥିଲା । ସୋନାଲିଙ୍କ ପରିବାର ଲୋକେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *