ସମସ୍ୟାରେ କୃଷ୍ଣଚନ୍ଦ୍ର ସଂସ୍କୃତ ମହିଳା କଲେଜ

ଡେରାବିଶ (ଆପ୍ର): ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତତ କରି ଚାଲିଛନ୍ତି । ଯଅଁରାବାରୀମୂଳ ପଞ୍ଚାୟତ କୃଷ୍ଣଚନ୍ଦ୍ର ସଂସ୍କୃତ ମହିଳା ମହାବିଦ୍ୟାଳୟ ଦେଖିଲେ ଶିକ୍ଷାବିଭାଗ କେତେ ତତ୍ପର ତାହା ସ୍ପଷ୍ଟ ଅନୁମାନ କରିହେବ । ଏହି ମହିଳା ମହାବିଦ୍ୟାଳୟରେ ବର୍ତମାନ ୨୫୦ ରୁ ଉଦ୍ଧ୍ୱର୍ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ମହାବିଦ୍ୟାଳୟର ବିକଳ ଅବସ୍ଥା ଦେଖିଲେ ଯେ କେହି ଆବାକ୍‌ ହୋଇଯିବ । ଏତେ ସଂଖ୍ୟକ ଛାତ୍ରୀ ଅଧ୍ୟୟନ କରୁଥିଲେ ମଧ୍ୟ ପକ୍କା ଶ୍ରେଣୀ ଗୃହ ନାହିଁ । ଭଙ୍ଗା ଆଜବେଷ୍ଟସ ଘରେ ଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ଅସରାଏ ବର୍ଷା ହେଲେ ପାଠପଢା ପ୍ରାୟ ବନ୍ଦ ହୋଇଥାଏ । ଛାତ୍ରୀମାନଙ୍କ ପାଇଁ ଟଏଲେଟ୍‌ ନ ଥିବା ବେଳେ ଛାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ।
ସେହିପରି ପାନୀୟଜଳ ସମସ୍ୟା ନ କହିଲେ ଭଲ । ଗୋଟିଏ ନଳକୂପ ଅଧାଦିନ ଖରାପ ହୋଇପଡୁଥିବା ବେଳେ, ଛାତ୍ରୀମାନେ ପିଇବା ପାଣି ପାଇଁ ବହୁ ଦୂରକୁ ଯଉଛନ୍ତି । ମହିଳା ମହାବିଦ୍ୟାଳୟ ଚତୁଃପଶ୍ୱର୍ ପାଚେରି ନ ଥିବାରୁ ରାତିରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟୁଛି । ଛାତ୍ରୀଙ୍କ ଅଧ୍ୟୟନ ପାଇଁ ୧୨ ଜଣ କର୍ମଚାରୀଙ୍କ ମଧ୍ୟରୁ ଏବେ ୭ ଜଣ ବେତନ ପାଉଥିବା ବେଳେ ୫ ଜଣ ବେତନ ନ ପାଇ ନିଜ ଇଚ୍ଛା ମହାବିଦ୍ୟାଳୟ ଆସୁଛନ୍ତି । ସେଥିପାଇଁ ଛାତ୍ରୀମାନଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମନୋରମା ଶତପଥିଙ୍କୁ ପଚାରିବାରୁ ଏହି ମହାବିଦ୍ୟାଳୟକୁ କୌଣସି ସରକାରୀ ଅନୁଦାନ ଆସି ନ ଥିବା ପ୍ରକାଶ କରିଥିଲେ । କେବଳ ଶୌଚାଳୟ ଗୃହ ନିର୍ମାଣ ପାଇଁ ଅନୁଦାନ ଆସିଥିବା ବେଳେ ଠିକ୍‌ ଢଙ୍ଗରେ ଏହା ନିର୍ମାଣ ନ ହେବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ ବୋଲି କହିଥିଲେ । ତେବେ ଏ ସମ୍ପର୍କରେ ସେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *