ଗ୍ରାମାଞ୍ଚଳରେ କ୍ରୀଡ଼ାର ଉନ୍ନତି ଜରୁରୀ
୧ଠମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ, ଆଲୋଚନାଚକ୍ର
ଭୁବନେଶ୍ୱର (ବୁ୍ୟରୋ): ମାସିକ ସାମ୍ବାଦ ଭିତ୍ତିକ ପତ୍ରିକା ଦୂରଦର୍ଶୀର ଦଶମ କ୍ରୀଡା ସମ୍ମାନ ଉତ୍ସବ ଓ ଅନ୍ତର୍ଜାତୀୟ କ୍ରୀଡା ଓ ଓଡ଼ିଶା ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଭୁବନେଶ୍ୱର ଗୀତ ଗୋବିନ୍ଦ ଭବନରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଆଜି କ୍ରୀଡା କ୍ଷେତ୍ରରେ କେବଳ ଦେଶରେ ନୁହେଁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ସରିଛି । ଅନେକ ବିଶ୍ୱକପ୍ ସଫଳତା ସହ ଆୟୋଜନ କରି ବିଶ୍ୱସ୍ତରୀୟ ପ୍ରଶଂସା ସାଉଁଟିଛନ୍ତି । ଆଜି କ୍ରୀଡାକୁ ଉତ୍ସାହିତ ପାଇଁ ପିଲାଙ୍କୁ ମଧ୍ୟ ସହରର ଅଭିଭାବକ ପ୍ରାଧାନ୍ୟ ଦେବା ଆରମ୍ଭ କଲେଣି । ହେଲେ ଗ୍ରାମାଞ୍ଚଳରେ ଆଜି ମଧ୍ୟ ଟିକେ ଉତ୍ସାହ କମି ଯାଉଛି । ତେଣୁ ଏ କ୍ଷେତ୍ରରେ ଆଜି ଆହୁରି ସଚେତନତା ଆବଶ୍ୟକ । ରାଜ୍ୟ ସରକାର ଗ୍ରାମାଞ୍ଚଳରେ କ୍ରୀଡାର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ ଓ ମେୟର ପ୍ରକାଶ କରିଛନ୍ତି ।
ଦୂରଦର୍ଶୀ ପତ୍ରିକାର ସମ୍ପାଦକ ଦୁର୍ଗା ସାମନ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ରୋହିତ ପୂଜାରୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ପ୍ରମୁଖ ଯୋଗ ଦେଇ ୧୬ ଜଣ କ୍ରୀଡ଼ାବିତ, କୋଚ୍, କ୍ରୀଡା ସାମ୍ବାଦିକ, ପୃଷ୍ଠ ପୋଷକ ଓ କ୍ରୀଡ଼ାନୁଷ୍ଠାନଙ୍କୁ ଦୂରଦର୍ଶୀ କ୍ରୀଡା ସମ୍ମାନରେ ସମ୍ମାନିତ କରିଥିଲେ । ସମ୍ମାନୀତ ପ୍ରତିଭାଙ୍କ ମଧ୍ୟରେ ବରିଷ୍ଠ ହକି ପ୍ରଶିକ୍ଷକ ସୀଲବେଷ୍ଟର ଟପ୍ପୋ, ବରିଷ୍ଠ କ୍ରୀଡା ସାମ୍ବାଦିକ ସୁରେଶ କୁମାର ସ୍ୱାଇଁ, ଅନ୍ତର୍ଜାତୀୟ ଅଥଏଲେଟ ପାର୍ବତୀ ସେଠି, କ୍ରୀଡାର ପ୍ରୋତ୍ସାହନ ପାଇଁ କିଟ୍ ଓ କିସ୍, ଓଡିଶା ରଗବି ଫୁଟବଲ ସମ୍ପାଦକ ଉପେନ୍ଦ୍ର ମହାନ୍ତି, କ୍ରୀଡା ସାମ୍ବାଦିକ ବେଣୁଧର ଦାସ, ଅନ୍ତର୍ଜାତୀୟ ଚେସ ମାଷ୍ଟର ଅନ୍ୱେଷ ଉପାଧ୍ୟାୟ, କ୍ରୀଡା ସମ୍ବାଦ ପତ୍ର ସ୍ପୋର୍ଟ ଲଗୁନ, କ୍ରୀଡା ପ୍ରଶିକ୍ଷକ ମନୋଜ ମହାପାତ୍ର, ଅନ୍ତର୍ଜାତୀୟ କ୍ୟାରମ ଖେଳାଳି ଭି. ଆକାଶ, ଅନାର୍ଜାତୀୟ କରାଟେ ମଧୁପ୍ରିୟା ବାଇ, ଜାତୀୟ କରାଟେ ଚାମ୍ପିୟନ ରିତେଶ ମହାନ୍ତି, ଅନ୍ତର୍ଜାତୀୟ ସିପାକ୍ଟ୍ରାକ ମଧୁସ୍ମିତା ବେହେରା, କ୍ରିକେଟର ବସନ୍ତ ମହାନ୍ତି, ଉଷୁ ଆସୋସିଏସନ ସାଧାରଣ ସମ୍ପାଦକ ପ୍ରଦୁମ୍ନ ବେହେରା, ପାୱାର ଲିଫ୍ଟର ଶ୍ରାବଣୀ ଜେନା, ଯୁନାଇଟେଡ଼ ୟୁଥ ସ୍ପୋର୍ଟ୍ସ କ୍ଲବ ଗଣ୍ଡରପୁର ରହିଛି ।
