ଛପର ଘରେ ବିତୁଛି ଜୀବନ

ଆବାସ ଯୋଜନା ପାଇଁ ଜାନକୀର କରୁଣ ନିବେଦନ
ଦାନଗଦି (ଆପ୍ର): ଦୀପ ତଳ ଅନ୍ଧାର ଭଳି ଏକ ହୃଦୟ ବିଦାରକ କାହାଣୀ କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଦେଖିବାକୁ ମିଳିଛି । ଦାନଗଦି ବ୍ଲକ୍‌ ଧୁଳିଗଡ଼ ପାଞ୍ଚୟତ ଅନ୍ତର୍ଗତ ସୁଆଁଲ ଗାଁ ଗୁଳା ସାହିରେ ମା ଜାନକୀ ନାୟକ ଚାରି ଝିଅ ଓ ପୁଅ ସହ ବସବାସ କରନ୍ତି । ପିଲାମାନଙ୍କୁ ପେଟପୂରା ଖାଇବାକୁ ଦେଇ ପାରୁ ନ ଥିବା ବାପା ମା ଶିକ୍ଷା ଓ ସ୍ୱାସ୍ଥ୍ୟ କଥାକୁ ଭୁଲି ଯାଇଛନ୍ତି । ବିଶେଷ କରି ଶିଳ୍ପାନୁଷ୍ଠାନ ପାଇଁ ପ୍ରଦୂଷଣ ଜନିତ କାରଣରୁ ଅକାଳରେ ମୃତୁ୍ୟ ମୁଖରେ ପଡ଼ିଥିବା ବାପା ମାଆଙ୍କ ଅନାଥ ପିଲାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗିନ ହେଇପଡିଛି । ଜାନକୀଙ୍କର ଗୋଡ଼ ଭାଙ୍ଗିଯିବାରୁ ସେ ଘରେ ପଡ଼ି ରହିଛନ୍ତି । ୧୫ ବର୍ଷର ବଡ଼ ଝିଅ ତାମିଲନାଡୁକୁ କାମ କରିବାକୁ ଯାଇଛ ।
କୋଟି କୋଟି ଟଙ୍କା ଆୟ କରୁଛନ୍ତି କମ୍ପାନୀ । ଠିକାଦାର, ପରିବହନ ସଂସ୍ଥା, ଶ୍ରମିକ ନେତା, ଜାନକୀର ସ୍ୱାମୀ ଶ୍ରମିକ ସଂଘରେ ଶ୍ରମିକ ଭାବେ କାମ କରୁଥିବା ବେଳେ ପ୍ରଦୂଷଣ ଜନିତ ଯକ୍ଷ୍ମା ରୋଗରେ ଜୀବନ ହାରିଛନ୍ତି । କିନ୍ତୁ ଶ୍ରମିକ ସଂଘର ସଭାପତି ବର୍ତମାନ ଦୁଃଖ ସମୟରେ ଅନାଉ ନାହାଁନ୍ତି । ନେତା, ପ୍ରଶାସନ ସବୁ ଜାଣି ଅଜଣା ସାଜିଛନ୍ତି । ଗ୍ରାମର ଅଧିକାଂଶ ଶିଶୁ ବିଦ୍ୟାଳୟକୁ ନ ଯାଇ ନିକଟସ୍ଥ ମାନପୁର ରେଲୱେ ସାଇଡିଂରୁ କୋଇଲା ଗୋଟାଇବା କିମ୍ବା ବଗି ଖଲାସ କରୁଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଗ୍ରାମରେ ପ୍ରାୟ ୬୦% ଶିଶୁ ପିତାମାତା ଉଭୟଙ୍କୁ କିମ୍ବା ପିତାଙ୍କୁ ହରାଇ ଏବେ ବେସାହାରା ହୋଇଛନ୍ତି । ଜାନକୀ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କିନ୍ତୁ ତାଙ୍କୁ ଏକ ଆବାସ ଯୋଜନାଟିଏ ମିଳିପାରୁ ନାହିଁ । ମହିଳା ଓ ଛୋଟ ଛୁଆଙ୍କୁ ତୁରନ୍ତ ସହାୟତା ହାତ ବଢ଼ାଇବା ସହ ଆବାସ ଯୋଜନାରେ ସମ୍ପୃକ୍ତି କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *