ଖିଲାପି ସ୍କୁଲ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ

ବେସରକାରୀ ସ୍କୁଲରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରସଙ୍ଗ
ତାଳଚେର (ଆପ୍ର): ରିଖ ତାଳଚେର ଅଭିଭାବକ ସଂଘର ଏକ ପ୍ରତିନିଧି ଦଳ ତାଳଚେରର କିଛି ବେସରକାରୀ ବିଦ୍ୟାଳୟ ଆରଟିଇ ପାରଦର୍ଶି ମାଧ୍ୟମରେ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ପୋର୍ଟାଲ ମାଧ୍ୟମରେ ପଞ୍ଜୀକୃତ କରିଥିଲେ । ଏଥିରେ ଅନେକ ଅନିୟମିତତା ଦେଖାଯାଇଛି । ତେଣୁ ବିଧାୟକ ବ୍ରଜକିଶୋର ପ୍ରଧାନ ତାଳଚେର ଅଞ୍ଚଳର ପ୍ରାୟ ତେର ଜଣ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେମାନେ ପାଠପଢିବାରୁ ବଞ୍ଚôତ ହୋଇଛନ୍ତି । ଏହି ବିଷୟରେ ତା ୨୨/୭/୨୦୨୨-ପତ୍ର ସଂଖ୍ୟା ଏବିଏସ /୬୭୭/୨୦୨୨ରେ ଜଣାଇବା ପରେ ମଧ୍ୟ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ରାଜ୍ୟ ଶିକ୍ଷା ନିଦେ୍ର୍ଦଶକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ତେଣୁ ବିଧାୟକ ଗତକାଲି ପ୍ରାଥମିକ ଗଣଶିକ୍ଷା ନିଦେ୍ର୍ଦଶକ ବୃନ୍ଦାବନ ଶତପଥିଙ୍କୁ ଲିଖିତ ଅଭିଯୋଗ ଦେଲାପରେ ଯଥାଶୀଘ୍ର ଏହାର ସମାଧାନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଚଳିତ ବର୍ଷ ୨୦୨୨-୨୩ଶିକ୍ଷା ବର୍ଷରେ ରାଜ୍ୟ ସରକାରଙ୍କ ଆରଟିଇ ପାରଦର୍ଶି ପୋର୍ଟାଲ ମାଧ୍ୟମରେ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା, ତାଳଚେର ଅଞ୍ଚଳର ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଗରିବ ମେଧାବୀ ଛାତ୍ରଛାତ୍ରୀ ବିନାମୂଲ୍ୟରେ ବେସରକାରୀ ବିଦ୍ୟାଳୟ ଗୁଡିକରେ ନାମଲେଖା ଯାଇଥିବାରୁ ଅଭିଭାବକ ମହାସଂଘ ଓ ତାଳଚେର ବିଭିନ୍ନ ବୁଦ୍ଧିଜିବୀ ସହ ଶିକ୍ଷାବିତମାନେ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିରେ ଅଭିଭାବକ ମହାସଂଘର ସଭାପତି ସଂଜୀବ କୁମାର ପଟ୍ଟନାୟକ, ସମ୍ପାଦକ ବିସ୍ମୟ କୁମାର ଦାଶ, ଯୁଗ୍ମ ସମ୍ପାଦକ ବିଭୁତି ଭୂଷଣ ପରିଡା, ସହ ସମ୍ପାଦକ ଶରତ ଚନ୍ଦ୍ର ଦାଶ ଉପସ୍ଥିତ ରହି ଆଲୋଚନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *