ବାପର ଶବ ନେଲେନି ପୁଅ-ଝିଅ

ପଟ୍ଟାମୁଣ୍ଡାଇ, ୨୭ା୮ (ଆପ୍ର): ଅର୍ଥ ପ୍ରତିପତ୍ତ, କ୍ଷମତା ମୋହରେ ଅନ୍ଧ ହୋଇ ମଣିଷ ମାନବିକତାକୁ ଭୁଲି ଯାଉଛି । ଲୁହ ଲହୁ ଏକାକାର କରି, ଭୋକ ଉପାସରେ ରହି ଯେଉଁ ପୁଅ ଝିଅଙ୍କୁ ମଣିଷ କରିଥିଲେ ମୁଣ୍ଡକୁ ହାତ ପାଇଗଲା ପରେ ସେମାନେ ବାପା-ମାଆଙ୍କୁ ଭୁଲି ଯାଉଛନ୍ତି । ବୁଢ଼ା ବୟସରେ ସାହାଯ୍ୟ କରିବା ଦୂରେଥାଉ ମଲା ପରେ ମୁଖାଗ୍ନି ଦେବାକୁ ବି ଉଚିତ ମଣୁ ନାହାନ୍ତି । ଏଭଳି ଏକ ହୃଦୟହୀନ ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଛି । ପୁଅ ଝିଅ ଶବ ନ ନେବାରୁ ସ୍ଥାନୀୟ ସମାଜସେବୀ ବୃଦ୍ଧଙ୍କ ଶବ ସକ୍ରାର କରିଛନ୍ତି । ଏପରି ଜଣେ ଯୁବ ସମାଜେସେବୀ ମୁଖାଗ୍ନି ଦେଇଛନ୍ତି ।
ରାଜନଗର ଅଞ୍ଚଳର ଭୀମସେନ ବାହାଦୂର (୮୫) ·କିରିରୁ ଅବସର ନେବା ପରେ ପରିବାରରେ ଅବହେଳିତ ହୋଇ ଘରଛାଡି ସସ୍ତ୍ରୀକ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବକ୍ତାରପୁର ଗ୍ରାମରେ ରହୁଥିଲେ । ଶୁକ୍ରବାର ଭୀମସେନଙ୍କ ଦେହ ଖରାପ ହେବାରୁ ତାଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଗତ ବିଳମ୍ବିତ ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତୁ୍ୟ ପରେ ପତ୍ନୀ ଭଗବତୀ ବାହାଦୁର (୮୦)ଙ୍କୁ ଚତୁର୍ଦ୍ଦିଗ ଅନ୍ଧାର ଦେଖାଗଲା । ହସ୍ପିଟାଲରୁ ଶବ ନେଇ ଗାଁରେ ସକ୍ରାର କରିବାକୁ ପୁଅ, ଦୁଇ ଝିଅ ଓ ସମ୍ପର୍କୀୟଙ୍କୁ ଖବର ଦେଲେ । ହସ୍ପିଟାଲ ବେଡ୍ରେ ପଡ଼ିଥିବା ସ୍ୱାମୀଙ୍କ ମୃତଦେହକୁ ରାତିସାରା ଜଗିରହିଲେ । ଆଶା କରୁଥିଲେ ପୁଅ ଆସିବ ରୀତିନୀତି ଅନୁଯାୟୀ ଶବ ସକ୍ରାର କରିବ । ରାତି ପାହି ସକାଳ ହେଲା କିନ୍ତୁ ପୁଅ ଝିଅ କାହାରି ଦେଖା ମିଳିଲାନି । ବାରମ୍ବାର ଫୋନ କଲେ ଭୁବନେଶ୍ୱରେ ରହୁଥିବା ପୁଅ ନିକଟକୁ । କିନ୍ତୁ ପୁଅ କହିଲା ସେ ମୋର କି’ ବାପ, ମୁଁ ତାକୁ ଚିହ୍ନିନି । ଏହା କହି ଆଉ ଫୋନ୍ ଧରିଲାନି । ପରିବାର ଲୋକେ ଓ ଦୁଇ ଝିଅ ଖବର ପାଇଲେ କିନ୍ତୁ ବାପର ଶବ ନେବାକୁ ମନାକଲେ । ଭୀମସେନଙ୍କ ଶବ ମେଡିକାଲ ଦୀର୍ଘ ୧୬ ଘଣ୍ଟା ପଡ଼ି ରହିଲା ।
ପୁଆ ଝିଅ ସିନା ଆସିଲେନି କିନ୍ତୁ ଖବର ପାଇ ନଗର ବିଜେଡ଼ି ସଭାପତି ବୁଢା ଲେଙ୍କା, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଜିଲ୍ଲା ଯୁବ ବିଜେଡିି ସାଧାରଣ ସଂପାଦକ ଅଶୋକ ଧଳ, ବ୍ଲକ ଛାତ୍ର ବିଜେଡିି ସଭାପତି ଦେବାଶିଷ ନାୟକ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଭୀମସେନଙ୍କ ପତ୍ନୀଙ୍କୁ ସମବେଦନା ଜଣାଇଥିଲେ । ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ ଗଭୀର ଉଦବେଗ ପ୍ରକାଶ କରିବା ସହିତ ତାଙ୍କ ପରାମର୍ଶରେ ଯୁବ ସମାଜସେବୀ ବାବନ କୁମାର ସାହୁ, ନାରୀ ନେତ୍ରୀ ସାବିତ୍ରୀ ସାହୁ, ପୂର୍ବତନ କାଉନସିଲର ଲୋକନାଥ ବେହେରା, ଡମ୍ବରୁଧର ରାଉତ ପ୍ରମୁଖ ଭୀମସେନଙ୍କ ଶବ ମେଡିକାଲରୁ ପୋଖରୀଆପଦା ଶ୍ମଶାନରେ ସଂସ୍କାର କରିଥିଲେ । ଡମ୍ବରୁଧର ରାଉତ ମୁଖାଗ୍ନି ଦେଇଥିଲେ । ଏହି ହୃଦୟହୀନ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । ସବୁ ବର୍ଗର ଲୋକେ ପୁଅ ଝିଅଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *