କଣାସ ବ୍ଲକ୍କୁ ବନ୍ୟାଞ୍ଚଳ ଘୋଷଣା ଦାବି

ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାର କଣାସ ବ୍ଲକ୍ରେ ଚଳିତଥର ଦୁଇଟି ନଦୀରେ ଘାଇ ହେବା ଫଳରେ କଣାସ ବ୍ଲକ୍ ଅଧୀନସ୍ଥ ୨୮ ପଞ୍ଚାୟତ ଜଳମଗ୍ନ ହୋଇପଡ଼ିଥିଲା । ଏପରିକି ଅନେକ ଲୋକ ମଧ୍ୟ ଦୀର୍ଘଦିନ ଧରି ଘରୁ ବାହାରିପାରିଲେ ନାହିଁ । ଅନ୍ୟପକ୍ଷରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା । ତତ୍ସହିତ ଚାଷ ଜମି ସମେତ ଗାଁ ଦାଣ୍ଡରେ ୮ରୁ ୧୦ ଫୁଟ୍ ଉଚ୍ଚତାରେ ବନ୍ୟାଜଳ ଜମି ରହିଥିଲା । ଫଳରେ ଖରିଫ୍ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ସେହିପରି ଗୃହପାଳିତ ପଶୁମାନେ ମଧ୍ୟ ନାହିଁ ନ ଥିବା ହଇରାଣ ହରକତ ହୋଇଥିଲେ । ଅନେକ ଲୋକ ମଧ୍ୟ ନିଜର ବାସସ୍ଥାନକୁ ଛାଡ଼ି ଆଜିପର୍ଯ୍ୟନ୍ତ ବାହାରେ ଆଶ୍ରୟ ନେଇଛନ୍ତି । ଏପରିକି କେତେଜଣ ବନ୍ୟା ବିପନ୍ନଙ୍କ ଘର ଭାଙ୍ଗି ଯାଇଛି । ତେଣୁ ଏଭଳି ସ୍ଥିତିରେ ଉକ୍ତ ବ୍ଲକ୍ରେ ୧୫ ଦିନ ପରିବର୍ତ୍ତେ ମାସେ ଯାଏ ରିଲିଫ୍ ପ୍ରଦାନ କରିବାକୁ ବିଜେପିର ସ୍ଥାନୀୟ ନେତା ଓମ୍ପ୍ରକାଶ ମିଶ୍ର ଦାବି କରିଛନ୍ତି । ଅନ୍ୟପଟରେ ଉକ୍ତ ବ୍ଲକ୍ର ସମସ୍ତ ଚାଷୀଙ୍କର ଋଣ ଛାଡ଼ କରିବା ସଙ୍ଗେ ସଙ୍ଗେ ବନ୍ୟାର ସ୍ଥାୟୀ ପ୍ରତିକାର, କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ, ବାସହରା ଲୋକଙ୍କୁ ଥଇଥାନ, ଚାଷୀଙ୍କ ଲାଗି ସରକାରୀ ସହାୟତା, ମାଗଣାରେ ବିହନ ଏବଂ ଦିନ ମଜୁରିଆଙ୍କୁ ଏନ୍ଆର୍ଇଜିଏସ୍ ଯୋଜନାରେ ଏକବର୍ଷ ଧରି କାର୍ଯ୍ୟ ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏହି ସମୟରେ କଣାସ ବ୍ଲକ୍ ଅଧ୍ୟକ୍ଷା ପ୍ରଭାତୀ ରାଉତ, ୫ନଂ ଜୋନ୍ର ଜିଲ୍ଲାପରିଷଦ ଲତାମଣି ଜଗଦେ୍ଦବ, ସରପଞ୍ଚ ଭଗବାନ ସୁବୁଦ୍ଧି, ସସ୍ମିତା ସାମନ୍ତରାୟ, ଜଗବନ୍ଧୁ ସେଠୀ, ସ୍ୱାଗତିକା ପ୍ରଧାନ, ଗୀତାଞ୍ଜଳି ସେଠୀ ଓ ବାବୁ ପରିଡ଼ାଙ୍କ ସମେତ ବ୍ଲକ୍ର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *