ଦିଲ୍ଲୀରୁ ଧରାପଡ଼ିଲେ ନାଇଜିରୀୟ ଦମ୍ପତି
ହନି ଟ୍ରାପ୍ରେ ଫସାଇ ଚୁନ ଲଗାଇଥିଲେ ୩ଠ ଲକ୍ଷ
ବାଲେଶ୍ୱର(ଆପ୍ର): ପ୍ରଥମେ ଫେସବୁକ୍ରେ ବନ୍ଧୁତା, ବନ୍ଧୁତାରୁ ·ଟିଂ । ·ଟିଂରୁ ଫୋନ୍ ନମ୍ବର ଦିଆନିଆ । ତା’ପରେ ଦାମୀ ଗିଫ୍ଟର ଲୋଭ । ଏଭଳି ଉପାୟରେ ବାଲେଶ୍ୱର ବାଲିଆ ଅଞ୍ଚଳରୁ ଜଣଙ୍କୁ ୩୦ ଲକ୍ଷ ଚୁନ ଲଗାଇବା ମାମଲାରେ ସ୍ଥାନୀୟ ପୁଲିସ ନୂଆଦିଲ୍ଲୀ ମଇଦାନଗରିରୁ ଆଉ ୨ ନାଇଜିରୀୟଙ୍କୁ ଗିରଫ କରିଛି ବୋଲି ବାଲେଶ୍ୱର ପୁଲିସ ସୂଚନା ଦେଇଛି ।
ଗିରଫ ଅଭିଯୁକ୍ତ ହେଲେ ଇ. ମାନୁଏଲ ନମାନି ଓ ପତ୍ନୀ ସୁଚିମ୍ ଟିଷ୍ଟ୍ର । ସେମାନଙ୍କ ପାଖରୁ ଏକ ଆଇ-୨୦ କାର୍, ଦୁଇ ସୁନା ଚେନ୍, ଗୋଟିଏ ମୁଦି, ଦୁଇ ଲାପ୍ଟପ୍, ୭ ମୋବାଇଲ, ସମୟ ଅତିକ୍ରାନ୍ତ କରିଥିବା ଭିସା, ପାସପୋର୍ଟ ଓ ଏସ୍ବିଆଇ ପାସ୍ ବୁକ୍ ଜବତ କରାଯାଇଛି । ବ୍ୟାଙ୍କ ଖାତାରେ ପାୟ ୬ ଲକ୍ଷ ଟଙ୍କା ରହିଥିଲା । ଗତ ୬ ତାରିଖରେ ଜଣେ ନାଇଜେରୀୟ ସାମସନ ଇମାନେ ଲିଆ ଗିରଫ ହୋଇଥିଲା ।
ବାଲେଶ୍ୱର ଅତିରିକ୍ତ ଏସ୍ପି ଅମରେଶ କୁମାର ପାଣିଗ୍ରାହୀ କହିଛନ୍ତି, ସାମସନ ଓ ଇ. ମାନୁଏଲ ନମାନି ୟୁକେ ମହିଳାଙ୍କ ନାଁରେ ବିଭିନ୍ନ ଫେକ୍ ଫେସବୁକ୍ ଓ ହ୍ୱାଟ୍ସଆପ୍ ଆଇଡି ଖୋଲି ଲୋକଙ୍କ ସହ ବନ୍ଧୁତା କରୁଥିଲେ । ସେମାନଙ୍କ ଭିତରେ ବାଲେଶ୍ୱରର ଜଣେ ସରକାରୀ କର୍ମ·ରୀ ଥିଲେ । ତାଙ୍କୁ ଅଭିଯୁକ୍ତମାନେ ହନିଟ୍ରାପ୍ରେ ଫସାଇ ଲଣ୍ଡନରୁ ଗିଫ୍ଟ ପଠାଇଥିବା ଜଣାଇଥିଲେ । ଗିଫ୍ଟ ପାଇବାକୁ ହେଲେ କଷ୍ଟମ ଫି ଓ ଇମିଗ୍ରେସନ ଫି ଦେବାକୁ କହି ଠକେଇ କରିଥିଲେ । ଏଭଳି ସେମାନେ ଅନେକଙ୍କୁ ଠକିଛନ୍ତି । ଗିରଫ ତିନିଜଣ ଗୋଟିଏ ଟିମ୍ ହୋଇ ଲୋକଙ୍କୁ ଠକୁଥିବା ଅତିରିକ୍ତ ଏସ୍ପି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।