ଶ୍ୱେତାଙ୍କ ନାଁରେ ୨.୩ଠ ଲକ୍ଷ ଋଣ

ଭୁବନେଶ୍ୱର (ବୁ୍ୟରୋ): ଭଲ ଚାକିରିକୁ ମୋଟା ଅଙ୍କର ବେତନ । ବିନ୍ଦାସ ଲାଇଫ ବଞ୍ଚୁଥିଲେ ଇଞ୍ଜିନିୟର ଶ୍ୱେତା ଉକ୍ରଳ ଭାରତୀ । ଏହାସତ୍ତ୍ୱେ ସେ ୨ ଲକ୍ଷ ୩୦ ହଜାର ଟଙ୍କାର ଲୋନ୍ କରିଥିଲେ । ଏ ସମ୍ପର୍କରେ ପରିବାର ଲୋକଙ୍କୁ କିଛି ଜଣାଇ ନ ଥିଲେ । ଏତେ ଅୟସ ଆରାମରେ ବଞ୍ଚୁଥିବା ଜଣେ ଯୁବତୀଙ୍କର ଲୋନ୍ କରିବାର ଆବଶ୍ୟକତା କ’ଣ ପଡ଼ିଲା ତାହାକୁ ଏବେ ଘାଣ୍ଟୁଛି ପୁଲିସ୍ ।
ଇଞ୍ଜିନିୟର ଶ୍ୱେତା ଉକ୍ରଳ ଭାରତୀଙ୍କ ଆତ୍ମହତ୍ୟା ପରଠୁ ଏହି ଘଟଣା ଦିନକୁ ଦିନ ସୁତା ଖିଅ ପରି ଅଡୁଆ ହେବାରେ ଲାଗିଛି । ପୂର୍ବରୁ ଶ୍ୱେତାଙ୍କ ହ୍ୱାଟ୍ସ ଆପ୍ ଚାଟ୍ ଭାଇରାଲ ହୋଇଥିବାବେଳେ ଏବେ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ସାମ୍ନାକୁ ଆସିଛି । ମୃତ୍ୟ ପୂର୍ବରୁ ଶ୍ୱେତା ୨ଲକ୍ଷ ୩୦ ହଜାର ଟଙ୍କାର ଲୋନ୍ କରିଥିଲେ । ହେଲେ ଏହାର ଟେର୍ ପାଇପାରି ନ ଥିଲେ ଶ୍ୱେତାଙ୍କ ପରିବାର ଲୋକେ । ବୟଫ୍ରେଣ୍ଡ ସୌମ୍ୟଙ୍କୁ ଶ୍ୱେତା ଟଙ୍କା ଦେଇଥିବାର ଚାଟ୍ ସାମନାକୁ ଆସିବା ପରେ ଏବେ ଋଣ କରିଥିବା ମାମଲା ରହସ୍ୟକୁ ଆହୁରି ବଢାଇଛି । ପୂର୍ବରୁ ଶ୍ୱେତା-ସୌମ୍ୟଜିତଙ୍କ ଚାଟ୍ରେ ଟଙ୍କା ସମ୍ପର୍କରେ ଉଲ୍ଲେଖ ରହିଛି । ସେହିପରି ଲୋନ୍ ଆଣିବା ସମୟରେ ଜବଲେସ୍ ହୋଇଯାଇଥିବା ସୌମ୍ୟ ଶ୍ୱେତାଙ୍କ ସହ ରହୁଥିଲେ । ଏଣୁ ସେହି ସମୟରେ ଶ୍ୱେତା ଏହି ଲୋନ କରିବା ସନେ୍ଦହ ବଢାଇଛି । ପୁଲିସ୍ ସୌମ୍ୟଜିତଙ୍କ ବିରୋଧରେ ଆଇପିସି ଦଫା ୩୦୬ ଲଗାଇ ତଦନ୍ତକୁ ଜୋରଦାର କରିଥିଲେ ବି ଏ ଯାଏ ପୁଲିସ୍ ହାତ ଖାଲି । ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ଶ୍ୱେତାଙ୍କ ପରିବାର ଲୋକେ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିବାବେଳେ କେବେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସୁଛି ତାହା ଦେଖିବାକୁ ରହିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *