ରାସ୍ତା ଶୋଚନୀୟ
ବରୀ (ଆପ୍ର): ଚନ୍ଦନପୁର ପଞ୍ଚାୟତ ପୋଲ ଠାରୁ ବ୍ରାହ୍ମଣ କୂଳରେ ଯାଇଥିବା ନଦୀ ବନ୍ଧ ରାମପୁର ପର୍ଯ୍ୟନ୍ତ ରାସ୍ତା ବିଭିନ୍ନ ସ୍ଥାନରେ ଖାଲ ହେବା ସହିତ ଶୋଚନୀୟ ହେଇପଡ଼ିଲାଣି । ବର୍ଷା ହେଲେ ରାସ୍ତା କାଦୁଅ ହୋଇ ଜିବା ଆସିବାରେ ଅସୁବିଧା ସୃଷ୍ଟି କରୁଛି । ପ୍ରତ୍ୟେକ ଦିନ ଶହ ଶହ ଲୋକ ଏହି ରାସ୍ତାରେ ଯାତାୟତ କରିବା ପିଲାମାନେ ସ୍କୁଲ ଯାଆ ଆସ କରନ୍ତି । ଦୀର୍ଘ ଦିନ ହେବ ରାସ୍ତା ମରାମତି ନ ହେବାରୁ ରାସ୍ତା ଦିନକୁ ଦିନ ଶୋଚନୀୟ ହେଉପଡିଛି । ରାସ୍ତାକୁ ମରାମତି ପାଇଁ ସାଧାରଣରେ ଦାବି ହୋଇଛି ।