ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ସରିଆ ଧାନ
ସମ୍ବଲପୁର (ଆପ୍ର): ନବାନ୍ନ ଖାଇବେ ମା’ ସମଲେଶ୍ୱରୀ । ମା’ଙ୍କ ପୀଠରେ ପହଞ୍ଚିଲା ନୂଅାଁଖାଇ ପାଇଁ ଧାନ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ନୂଆ ସରିଆ ଧାନ ସମ୍ବଲପୁର ଜିଲ୍ଲା ବଲବସପୁର ଗାଁରୁ ଅଣାଯାଇଛି । ମା’ ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରେ ଏହି ନୂଆ ଧାନ ପହଞ୍ଚିଛି । ଏଥିରୁ ପ୍ରସ୍ତୁତ ନବାନ୍ନ ମା’ ସମଲେଇଙ୍କ ନିକଟରେ ଲାଗି ହେବ । ମାଙ୍କ ନିକଟରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡିଶାବାସୀ ନୂଆ ଖାଇବାର ପରମ୍ପରା ରହିଛି ।