ଏମ୍କେସିଜିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର, ୨୬ା୮(ବୁ୍ୟରୋ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଘଟିଛି ଅଗ୍ନିକାଣ୍ଡ । ସୁପର୍ ସ୍ପେଶିଆଲିଟି କୋଠାର ଚତୁର୍ଥ ମହଲାରେ ତଥା ପ୍ଲାଷ୍ଟିକ ସର୍ଜରୀ ବିଭାଗର ଅସ୍ତ୍ରପ୍ରଚାର କୋଠରୀରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ମେଡିକାଲ୍ କର୍ତ୍ତୃପକ୍ଷ ଓ ଅଗ୍ନିଶମ ବାହିନୀର ସୁଚିନ୍ତିତ ପଦକ୍ଷେପ ଯୋଗୁ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବହାର କରି ଦିଆଯାଇଥିଲା । ଏହାସହ ଖୁବ୍ କମ୍ ସମୟରେ ନିଅାଁକୁ ନିୟନ୍ତ୍ରଣ କରାଯାଇଥିଲା ।
ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧ଟାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ପ୍ଲାଷ୍ଟିକ ସର୍ଜରୀ ବିଭାଗର ଅସ୍ତ୍ରୋପଚାର କୋଠରୀରେ ପ୍ରଥମେ ନିଅାଁଲାଗି ଧୂଅାଁ ବାହାରୁଥିବା ଦେଖି ନିୟୋଜିତ ସୁରକ୍ଷା କର୍ମୀ ଓ ଅନ୍ୟ କର୍ମଚାରୀମାନେ ତୁରନ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ କୋଠା ଖାଲି କରିବାକୁ କହିଥିଲେ । ଏହାସହ ମେଡିକାଲ୍ ଉଚ୍ଚ କର୍ତ୍ତୃପକ୍ଷ ଦମକଳବାହିନୀକୁ ଖବର ଦେଇଥିଲେ । ଏମ୍କେସିଜି ପରିସରରେ ଥିବା ଅଗ୍ନିଶମ ଟିମ୍ ଏବଂ ପରେ ବ୍ରହ୍ମପୁର ମୁଖ୍ୟ ଦମକଳ କେନ୍ଦ୍ରର ୨ଟି ଓ ଛତ୍ରପୁରର ଗୋଟିଏ ଗାଡ଼ି ସମେତ ଉଚ୍ଚ କୋଠାରେ ଅଗ୍ନି ନିୟନ୍ତ୍ରଣ ପାଇଁ ବ୍ୟବହୃତ ହାଇଡ୍ରୋଲିକ୍ ପ୍ଲାଟଫର୍ମ ଭ୍ୟାନ୍ ପହଞ୍ଚô ନିଅାଁକୁ ନିୟନ୍ତ୍ରଣ କରିଥିଲା । ହାଇଡ୍ରୋଲିକ୍ ପ୍ଲାଟଫର୍ମ ଭ୍ୟାନ୍ ମଧ୍ୟ ଚତୁର୍ଥ ମହଲା ବାହାରୁ ପାଣି ପକାଇ ନିଅାଁ ଲିଭାଇଥିଲା । ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ୨୫ଜଣ ରୋଗୀଙ୍କୁ ଉକ୍ତ କୋଠରୀରୁ ମେଡିକାଲ୍ କର୍ମଚାରୀ ଓ ସିକୁ୍ୟରିଟି ଗାର୍ଡଙ୍କ ସହାୟତାରେ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ । ନିଅାଁକୁ ଆୟତ୍ତ କରିବାକୁ ୧ଘଣ୍ଟା ସମୟ ଲାଗିଥିବା ବେଳେ ସର୍ଟସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।
ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଜଣେ ଡାକ୍ତରଙ୍କ କହିବା ମୁତାବକ ବିଭାଗର ଅନ୍ୟ ଏକ ଓଟିରେ ଗୋଟିଏ ଅସ୍ତ୍ରପ୍ରଚାର ପ୍ରାୟ ସରି ସାରିଥିଲା । ଅନ୍ୟଗୋଟିଏ ଅସ୍ତ୍ରପ୍ରଚାର ଆରମ୍ଭ ହେବା ପୂର୍ବରୁ ନିଅାଁ ଲାଗିବା ଜାଣି କାର୍ଯ୍ୟରତ ଉକ୍ତ ଓଟିର ଡାକ୍ତର ଓ କର୍ମଚାରୀଙ୍କ ସହ ୱାର୍ଡରୁ ରୋଗୀଙ୍କୁ ଖାଲି କରାଯାଇଥିଲା । ଏମ୍କେସିଜି ଅଧୀକ୍ଷକ ଡ.ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ, ନିଅାଁ ଲାଗିବା କ୍ଷଣି ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ସହ କୋଠାକୁ ଖାଲି କରାଯାଇଥିଲା । କୋଠରୀର ଛାତ ଓ ଏସି ନିଅାଁ ଲାଗି କ୍ଷତିଗ୍ରସ୍ତ ହୋଇଛି ।
ସୂଚନାଥାଉକି, ଶୁକ୍ରବାର ନିଅାଁ ଲାଗିଥିବା ବିଲ୍ଡିଂରେ ବର୍ତ୍ତମାନ ୟୁରୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ, କାର୍ଡିଓଲୋଜି, ନେଫ୍ରୋଲୋଜି, ନୁ୍ୟରୋଲୋଜି ଆଦି ବିଭାଗ ରହିଛି । ଅପରାହ୍ଣ ୪ଟାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ପୂର୍ବତନ ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଜେଡି ନେତା ସଞ୍ଜିତ ପାଣିଗ୍ରାହୀ, ଭୀମସେନ ଦଳେଇଙ୍କ ସମେତ ଅନ୍ୟମାନେ ପହଞ୍ଚô ଘଟଣାର ତନଖି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *