ବିଧାୟକ ପଦରୁ ସୋରେନ୍ ବିଦା

ରାଞ୍ଚୀ, ୨୬ା୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବିଧାୟକ ପଦକୁ ରଦ୍ଦ କରି ଦିଆଯାଇଛି । ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ରାଜ୍ୟପାଳ ରମେଶ ବୈଶ ସୋରେନ୍ଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ଲାଗି ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଥାଇ ସୋରେନ୍ ଖଣି ଲିଜ୍ ପଟ୍ଟା ନିଜ ନାମରେ କରାଇ ଥିବାରୁ ତାଙ୍କ ବିଧାୟକ ପଦ ରଦ୍ଦ ହେବା ଆବଶ୍ୟକ ବୋଲି ନିର୍ବାଚନ ଆୟୋଗ ସୁପାରିସ କରିଥିଲେ ।
ଏହି ପ୍ରସଙ୍ଗରେ ସଲିସିଟର ଜେନେରାଲ୍ ତୁଷାର ମେହତା, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଇନ ପରାମର୍ଶଦାତା ଏବଂ ଅନ୍ୟ ଉଚ୍ଚପଦାଧିକାରୀଙ୍କ ପରାମର୍ଶ ଲୋଡ଼ିବା ପରେ ରାଜ୍ୟପାଳ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ଆୟୋଗ ଏହା ଉପରେ ଶନିବାର ବିଜ୍ଞପ୍ତି ଜାରି କରିବା ସମ୍ଭାବନା ରହିଛି । ନିର୍ବାଚନ ଲଢ଼ିବା ପାଇଁ ସୋରେନଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ମାମଲାରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହଁିଁ ।
ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବା ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରୀ ଓ ବିଧାୟକମାନେ ରୁଣ୍ଡ ହୋଇଥିଲେ । ଶୁକ୍ରବାର ମଧ୍ୟ ସେଠାରେ ମହାଗଠବନ୍ଧନ ବିଧାୟକ ଦଳ ବୈଠକ ବସିଥିଲା । ସେଥିରେ ମୁଖ୍ୟମନ୍ତ୍ରୀ ଏବଂ ଜେଏମ୍ଏମ୍, କଂଗ୍ରେସ ଓ ଆର୍ଜେଡିର ବିଧାୟକମାନେ ଯୋଗଦେଇ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିଥିଲେ । ଜେଏମ୍ଏମ୍ ସୂତ୍ର ଅନୁଯାୟୀ, ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତାଙ୍କ ପତ୍ନୀ କମଳା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ । ୟୁପିଏ ବିଧାୟକମାନଙ୍କ ମଧ୍ୟ ଶୁକ୍ରବାର ପୃଥକ ବୈଠକ ବସି ପରବର୍ତ୍ତୀ ରଣନୀତି ଉପରେ ଚର୍ଚ୍ଚା ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *