ବିଭାଗରୁ ମିଳିପାରୁନି ଖାଲିଥିବା ପଦବୀ ତଥ୍ୟ

୭ ଦିନରେ ଦିଅ ନିଯୁକ୍ତି ତଥ୍ୟ
ଭୁବନେଶ୍ୱର, ୨୬ା୮ (ବୁ୍ୟରୋ): ଅଗଷ୍ଟ ଶେଷ ସୁଦ୍ଧା ବାକି ଥିବା ସମସ୍ତ ପଦ ପଦବୀ ତଥ୍ୟ ପ୍ରଦାନ କର । ଏନେଇ ନିଦେ୍ର୍ଦଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର । ରାଜ୍ୟରେ ବହୁ ପରିମାଣର ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ଆସନ୍ତା ୨୦୨୩ ଭିତରେ ଖାଲି ଥିବା ସମସ୍ତ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି । ଏହି ସ୍ଥିତିରେ ବିଭିନ୍ନ ବିଭାଗ ଦ୍ୱାରା ମିଳିଥିବା ତଥ୍ୟରୁ ରାଜ୍ୟରେ ପ୍ରାୟ ୭୦ରୁ ୮୦ ହଜାର ସରକାରୀ ଚାକରୀ ଖାଲି ପଡ଼ିଛି । ହେଲେ ଏଯାବତ୍ ବିଭିନ୍ନ ବିଭାଗ ଦ୍ୱାରା ୩୬,୭୦୦ ପଦବୀକୁ ପୂରଣ କରାଯାଇପାରିଛି । ତେଣୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ସହ ଖାଲି ଥିବା ସମସ୍ତ ପଦବୀ ପୂରଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଛନ୍ତି ।
ସୂଚନା ଅନୁସାରେ, ଗତ ୨୦ ତାରିଖ ଦିନ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବ ଏନେଇ ଚିଠି ଲେଖିଛନ୍ତି । ରାଜ୍ୟରେ ମାଳ, ମାଳ ପଦବୀ ଖାଲି ଥିବାବେଳେ ଏକାଧିକ ବିଭାଗ ଏନେଇ ତଥ୍ୟ ଦେଉନାହାଁନ୍ତି । କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗ ପକ୍ଷରୁ ଗୋଟିଏ ହେଲେ ବି ଖାଲି ଥିବା ପଦବୀ ନେଇ ତଥ୍ୟ ପ୍ରକାଶ କରାଯାଇନାହିଁ । ବିଭାଗୀୟ ଅଧିକାରୀଙ୍କ ଉଦାସିନତା କାରଣରୁ ରାଜ୍ୟରେ ଖାଲି ପଡ଼ିଥିବା ପଦବୀ ପୂରଣ ହୋଇପାରୁନାହିଁ । ତେବେ ସେପ୍ଟେମ୍ବର ମଧ୍ୟରେ ସବୁ ବିଭାଗ ଏନେଇ ତଥ୍ୟ ରିକ୍ରୁଟ୍ମେଣ୍ଟ ସେଲ୍କୁ ପଠାଇବା ପାଇଁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଥିବାବେଳେ ଏନେଇ ରାଜନୀତି ଏବେ ସରଗରମ ହୋଇଛି ।
ରାଜ୍ୟ ବିଜେପି ମୁଖ୍ୟପାତ୍ର ଗୋଲେଖ ମହାନ୍ତି ଏନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ୭୩ ହଜାର ପଦବୀ ଖାଲି ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି । ଏହି ସ୍ଥିତିରେ ୨୨ ହଜାରରୁ ଊଦ୍ଧ୍ୱର୍ ଇଚ୍ଛୁକ ନିଜ ନାମ ପଞ୍ଜିକରଣ କରି ଚାକିରୀ ଅପେକ୍ଷାରେ ଅନେଇ ବସିଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ମନ ମୂତାବକ ଓ ବେପରୁଆ ନୀତି ଯୋଗୁଁ ରାଜ୍ୟରେ ଉଚ୍ଚ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଏହା କେବଳ ସରକାରଙ୍କ ଉଦାସିନତା କାରଣରୁ ହେଉଥିବା ଗେଲେଖ ଅଭିଯୋଗ କରିଛନ୍ତି ।
ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ୨୦୨୩ ସୁଦ୍ଧା ରାଜ୍ୟର ସବୁ ସରକାରୀ ଚାକରୀ ପୂରଣ ହେବା କଥା ହାସ୍ୟସ୍ପଦ । ଖାଲି ଥିବା ପଦବୀ ପୂରଣ କରିବା ନେଇ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ଉଦାସିନତା ଏହାର ସ୍ପଷ୍ଟ ପ୍ରମାଣ । ବିନା ସରକାରଙ୍କ ଜାଣତରେ କୌଣସି ବିଭାଗ ତଥ୍ୟ ଦେବ ନାହିଁ ଏହା ହାସ୍ୟସ୍ପଦ କଥା ବୋଲି ସେ କହିଛନ୍ତି । ସେହିପରି ଏନେଇ ବିଜେଡି ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ କହିଛନ୍ତି, ରିକ୍ରୁଟ୍ମେଣ୍ଟ ଜାରି ରହିଛି । ହଁ, ଏଥିରେ ସମୟ ଲାଗୁଛି । କିନ୍ତୁ ଖୁବ୍ କମ୍ ଦିନରେ ବାକିଥିବା ସମସ୍ତ ପଦ ପଦବୀ ପୂରଣ ହେବା ସହ ସବୁ ବିଭାଗ ଆହୁରି ବଳଶାଳୀ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ବେକାରୀ ସମସ୍ୟା ଦିନକୁ ଦିନ ଉକ୍ରଟ ହେଉଥିବାବେଳେ ଏବେ ରାଜ୍ୟ ସରକାର ନବ ନିଯୁକ୍ତଙ୍କୁ ବିଭିନ୍ନ ବିଭାଗରେ ସାମିଲ କରାଉଛନ୍ତି । କିଛି ବିଭାଗୀୟ ଅଧିକାରୀଙ୍କ ମନମାନୀ ପାଇଁ ବିଭାଗୀୟ ପଦବୀ ପୂରଣ ହୋଇପାରୁନଥିବା ନଜରକୁ ଆସୁଥିବାବେଳେ ଏବେ ଅଧିକାରୀଙ୍କୁ ଛାଟ ବାଜିଛି । ଯଥାଶୀଘ୍ର ଆବଶ୍ୟକୀୟ ପଦବୀ ପୂରଣ କରିବାକୁ ନିଦେ୍ର୍ଦଶ ଥିବାବେଳେ ଏବେ ଅଧିକାରୀଙ୍କ ପୂରୁଣା ଫାଇଲ୍ ଉଣ୍ଡାଳିବା ଆରମ୍ଭ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *