ଅକ୍ଟୋବର ୧୨ରୁ ୫ଜି ସେବା

ଆଇଟି ମନ୍ତ୍ରୀଙ୍କ ବଡ଼ ବୟାନ
ପ୍ରଥମ ପର୍ଯ୍ୟାୟରେ ୧୩ ସହରରୁ ଆରମ୍ଭ
ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ୫ଜି ସେବା ଆରମ୍ଭ ହେବା ନେଇ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୧୨ ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଏହି ସେବାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ୧୩ଟି ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଣେ, ଚେନ୍ନାଇ, ଚଣ୍ଡିଗଡ଼, ଗାନ୍ଧିନଗର, ହାଇଦ୍ରାବାଦ, ବେଙ୍ଗାଲୁରୁ, ଗୁରୁଗ୍ରାମ, ଲକ୍ଷ୍ନୌ, ଜାମନଗର ଓ ଅହମଦାବାଦ ଆଦି ସାମିଲ ରହିଛି ।
କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି, ଦୂରସଞ୍ଚାର କମ୍ପାନୀଗୁଡିକ ଏହି ଦିଗରେ କାମ କରୁଛନ୍ତି ଏବଂ ଟେକନିକ୍ ଇନଷ୍ଟାଲେସନ ଉପରେ ଜୋର ଦିଆଯାଉଛି । ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଏହିସବୁ କାମ ଶେଷ ହୋଇଯିବ ଏବଂ ୧୨ ତାରିଖ ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ୫ଜି ସେବାକୁ ସମ୍ପ୍ରସାରିତ କରାଯିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ୨/୩ ବର୍ଷ ମଧ୍ୟରେ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ୫ଜି ସେବା ପହଞ୍ଚôସାରିଥିବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ୫ଜି ସେବା ବିସ୍ତାର ପାଇଁ ଉଭୟ ସହର ଏବଂ ଗ୍ରାମୀଣ ଅଞ୍ଚଳରେ ଧ୍ୟାନ କେନ୍ଦ୍ରୀତ କରାଯାଉଛି । ସେହିପରି ଆମେରିକା ଏବଂ ୟୁରୋପ ତୁଳନାରେ ଭାରତରେ ୫ଜି ସ୍ପେକ୍ଟ୍ରମ୍ଜନିତ ରେଡିଏସନ ପ୍ରାୟ ୧ଠ ଗୁଣା କମ୍ ରହିବ, ଫଳରେ ଏଠାରେ କୌଣସି ବିପଦ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *