ପାଣିରେ ପଚିଗଲା ଚାଷୀଙ୍କ ଫସଲ

କଣ୍ଟାପଡା (ଆପ୍ର): କଣ୍ଟାପଡା ତହସିଲ ଅଧୀନସ୍ଥ ଗୋବିନ୍ଦପୁର ପଞ୍ଚାୟତ ସିମଳଦା ଗ୍ରାମରେ ୫୦ରୁ ଊଦ୍ଧ୍ୱର୍ ·ଷୀ ନିଜ ପରିବାର ପୋଷଣ ପାଇଁ ଏକମାତ୍ର ପନ୍ଥା ପରିବା ·ଷକରି ଚଳନ୍ତି । ନଦୀଜଳ ଯୋଗୁଁ ବନ୍ୟାହେବା ଦ୍ୱାରା ଏହି ପରିବାର ଗୁଡିକ ଏବେ ଲକ୍ଷାଧିକ ଟଙ୍କାର ପରିବା ·ଷ ନଷ୍ଟହୋଇଛି । ଏହି ୫୦ରୁ ଊଦ୍ଧ୍ୱର୍ ପରିବାର ସର୍ବଶାନ୍ତ ହୋଇଛନ୍ତି । ନଦୀପଠାରେ ପୋଟଳ, ବାଇଗଣ, ଝୂଡଙ୍ଗ, କାଙ୍କଣ ଆଦି ପରିବା ·ଷ କରିଥିଲେ । କଣ୍ଟାପଡା ଉଦ୍ୟାନ କୃଷି ବିଭାଗ ତରଫରୁ ଏ ପର୍ଯ୍ୟନ୍ତ କେହି ·ଷୀମାନଙ୍କ ପାଖରେ ପହଞ୍ଚô ନାହାନ୍ତି ।
ଏ ସବୁକୁ ନେଇ ·ଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦରକାର ପଡିଲେ ରାଜରାସ୍ତାରେ ବସିବୁ ବୋଲି ·ଷୀମାନେ କହିଛନ୍ତି । ଏଠାରେ ସୂଚନା ତାଉକି ଗତ ଏକବର୍ଷ ହେଲା ଲଗାଣ ବର୍ଷାରେ କ୍ଷତି ହୋଇଥିବା ଅର୍ଥରାଶି ପାଇ ନାହାନ୍ତି । ଏବେ ଏହି କ୍ଷତିପୁରଣ ପାଇବା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । କ୍ଷତିଗ୍ରସ୍ତ ହୋଇଥିବା ·ଷୀମାନେ ହେଲେ ସରୋଜ କୁମାର ଭୋଇ, ଭଗବାନ ଭୋଇ, କୃଷ୍ଣଚନ୍ଦ୍ର ପାତ୍ର, ମାଗୁଣୀ ମାତ୍ର, ଶରତଚନ୍ଦ୍ର ପାତ୍ର, ଦେବେନ୍ଦ୍ର ବେହେରା, ତ୍ରୀଲୋଚନ ଭୋଇ, ବିଷ୍ଣୁ ଚରଣ ସେଠୀ, ରମାକାନ୍ତ ଭୋଇ, ବାବୁ ମହମ୍ମଦ, ଦିଲ୍ଲିପ ବେହେରା, ପ୍ରଶାନ୍ତ ମହାନ୍ତି, ଗଣେଶ ଭୋଇ, ଦାସିଆ ମଲ୍ଲିକ, ବିମଲ ମଲ୍ଲିକ ଓ ବହୁ ·ଷୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *