ଋଷିକୁଲ୍ୟାରେ ସେତୁ ଓ ତାରାତାରିଣୀ ମନ୍ଦିର ସୁରକ୍ଷା ପାଚେରି କାମ ସମୀକ୍ଷା

ପ୍ରମୁଖ ଶାସନ ସଚିବଙ୍କ ଗଞ୍ଜାମ ଗସ୍ତ
ଛତ୍ରପୁର (ଆପ୍ର): ତାରାତାରିଣୀ ମନ୍ଦିର ସୁରକ୍ଷା ନିମନ୍ତେ ଗ୍ରାମୀଣ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମନ୍ଦିର ପାଶ୍ୱ୍ ସୁରକ୍ଷା ପାଚେରି କାର୍ଯ୍ୟର ଅଗ୍ରଗତି ନେଇ ରାଜ୍ୟ ଗ୍ରାମୀଣ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସମୀକ୍ଷା କରିଛନ୍ତି । ଗୁରୁବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ମନ୍ଦିରର ଉନ୍ନତୀକରଣ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟର ଗତିକୁ ଅଧିକ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଉପସ୍ଥିତ ଯନ୍ତ୍ରୀମାନଙ୍କୁ କହିଥିଲେ । ୩ ଥାକ ବିଶିଷ୍ଟ ପାଚେରି କାର୍ଯ୍ୟ କରାଯାଇ ପାହାଡ଼ର ସୁରକ୍ଷା ସାଙ୍ଗକୁ ପାର୍କିଂ ସ୍ଥାନ କାମ ଶୀଘ୍ର ଶେଷ ହେବ ବୋଲି ଯନ୍ତ୍ରୀଗଣ ଅବଗତ କରାଇଥିଲେ । ମନ୍ଦିର ପାଦଦେଶରେ ପ୍ରବାହିତ ଋଷିକୁଲ୍ୟା ନଦୀ ମଧ୍ୟ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଜୁ ସେତୁ ଯୋଜନାରେ ଚାଲିଥିବା ସେତୁ କାମ ଅଗ୍ରଗତି ନେଇ ସଚିବ ସମୀକ୍ଷା କରିଥିଲେ । ପ୍ରତାପୁର, ହାଣ୍ଡିଘର, ଆଛୁଳି ରାସ୍ତାର ୪ କି.ମି ପରେ ସେତୁ କାମ ଚାଲିଛି । ୨୦,୯୪, ୮୩,୨୭୯ ବ୍ୟୟ ଅଟକଳରେ ଗତ ୨୦୧୯ ମସିହା ଫେବୃଆରୀ ୭ ତାରିଖଠାରୁ ଏହି ସେତୁ କାମ ଚାଲିଛି । ସେତୁଟିର ଦୈଘ୍ୟ ୩୬୭.୫୬ ମିଟର ଓ ୭.୫୦ ମିଟର ପ୍ରସ୍ଥ ରହିଛି । ସେତୁ ନିର୍ମାଣ ହେବା ପରେ ଲୋକଙ୍କ ଯାତାୟତ ନିମନ୍ତେ ଅନେକ ସୁବିଧା ହେବ । ପୁରୁଷୋତ୍ତମପୁର ଦେଇ କମ ରାସ୍ତା ଅତିକ୍ରମ କରି ଲୋକେ ମା’ଙ୍କର ଦର୍ଶନ ପାଇଁ ପହଞ୍ଚିବେଓ ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରିବ । ଏହି ସେତୁର କାର୍ଯ୍ୟ ଆସନ୍ତା ୨୦୨୩ ଫେବୃଆରୀ ମାସରେ ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ, ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ – ୧ ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *