ଏକସଙ୍ଗେ କରୋନା-ମଙ୍କିପକ୍ସ-ଏଚ୍ଆଇଭି ସଂକ୍ରମିତ

ସମଲିଙ୍ଗୀ ସମ୍ପର୍କ ମହଙ୍ଗା ପଡ଼ିଲା
ନୂଆଦିଲ୍ଲୀ (ଏଜେନ୍ସି): ଇଟାଲୀରେ ଜଣେ ୩୬ବର୍ଷୀୟ ବ୍ୟକ୍ତି ଏକସଙ୍ଗେ କରୋନା, ମଙ୍କିପକ୍ସ ଏବଂ ଏଚ୍ଆଇଭି ଭଳି ମହାମାରୀରେ ସଂକ୍ରମିତ ହୋଇପଡିଛନ୍ତି । କଟେନିୟା ବିଶ୍ୱବିଦ୍ୟାଳୟ ବୈଜ୍ଞାନିକଙ୍କ ମତରେ ଏପ୍ରକାର ଘଟଣା ସମଗ୍ର ବିଶ୍ୱରେ ତଥା ମେଡିକାଲ ଇତିହାସରେ ଏକ ବିରଳ ଘଟଣା । ସର୍ବପ୍ରଥମ ଥର ପାଇଁ ଏପ୍ରକାର ଏକ ଘଟଣା ସମ୍ପର୍କରେ ଦେଖିବା ତଥା ଶୁଣିବାକୁ ମିଳିଛି ।
 ଜର୍ଣ୍ଣାଲ୍ ଅଫ୍ ଇନ୍ଫେକ୍ସନରେ ପ୍ରକାଶିତ ଏସମ୍ପର୍କୀତ ରିପୋର୍ଟ ଅନୁସାରେ ଜଣେ ଇଟାଲୀୟ ନାଗରିକ ନିକଟରେ ୫ ଦିନିଆ ସ୍ପେନ୍ ଗସ୍ତରେ ଯାଇଥିଲେ । ସେଠାରୁ ଇଟାଲୀ ଫେରିବାର ମାତ୍ର ୯ ଦିନ ମଧ୍ୟରେ ଏହି ବ୍ୟକ୍ତିଜଣକ  ଜ୍ୱର, ଗଳା ଦରଜ, ଘୋଳାବିନ୍ଧା, ମୁଣ୍ଡବିନ୍ଧା ଭଳି ସମସ୍ୟାରେ ପଡ଼ିଥିଲେ । ଶାରୀରିକ ପରୀକ୍ଷା କରାଇବାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । କରୋନା ସଂକ୍ରମିତ ଥିବା ଅବସ୍ଥାରେ ହିଁ ତାଙ୍କ ଶରୀରରେ ମଙ୍କିପକ୍ସର ମଧ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା । ଏନେଇ ଟେଷ୍ଟ କରାଇବାକୁ ସେ ମଙ୍କିପକ୍ସରେ ମଧ୍ୟ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେହିପରି ତାଙ୍କର ଏଚ୍ଆଇଭି ଟେଷ୍ଟ ମଧ୍ୟ ପଜିଟିଭ୍ ଆସିଥିଲା । ତେବେ ୧୧ ଜୁଲାଇ ସୁଦ୍ଧା ଏହି ବ୍ୟକ୍ତିଜଣକ କରୋନା ଏବଂ ମଙ୍କିପକ୍ସ ସଂକ୍ରମଣରୁ ମୁକ୍ତି ପାଇସାରିଥିବା ଜଣାପଡିଛି ।
ଏକସଂଗେ କରୋନା-ମଙ୍କିପକ୍ସ-ଏଚ୍ଆଇଭି ଭଳି ପ୍ରାଣଘାତୀ ସଂକ୍ରମଣରେ ସଂକ୍ରମିତ ହେବା ପଛରେ ଏକାଧିକ ପୁରୁଷଙ୍କ ସହ ଅପ୍ରାକୃତିକ ତଥା ଅସୁରକ୍ଷିତ ଯୌନସମ୍ପର୍କ ସ୍ଥାପନକୁ ମୁଖ୍ୟ କାରଣ ଭାବେ ଦର୍ଶାଯାଉଛି । ଅନ୍ୟପକ୍ଷେ ସଂକ୍ରମିତ ବ୍ୟକ୍ତିଜଣକ ମଧ୍ୟ ସ୍ପେନ୍ ରହଣି କାଳରେ ସେ ଅନେକ ପୁରୁଷଙ୍କ ସହ ଯୌନକ୍ରିୟାରେ ଲିପ୍ତ ରହିଥିବା ସ୍ୱୀକାର କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *