ଶ୍ୱେତା-ସୌମ୍ୟଜିତ୍ଙ୍କ ଗୁମର ଖୋଲିଲେ ବନ୍ଧୁ
ଭୁବନେଶ୍ୱର (ବୁ୍ୟରୋ): ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉକ୍ରଳ କୁମାରୀ ମୃତୁ୍ୟ ଘଟଣାରେ ଦିନକୁ ଦିନ ନୂଆ ଘଟଣା ସାମ୍ନାକୁ ଆସୁଛି । ବଏଫ୍ରେଣ୍ଡ୍ ସୌମ୍ୟଜିତ ବିରୋଧରେ ପ୍ରମାଣ ନେଇ ଡିସିପି ଅଫିସରେ ଶ୍ୱେତାଙ୍କ ପରିବାର ଗୁରୁବାର ହାଜର ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଶ୍ୱେତା ସହ ସୌମ୍ୟଜିତର ସମ୍ପର୍କର ସମସ୍ତ ତଥ୍ୟ ଶ୍ୱେତାର ୪ ସାଙ୍ଗଙ୍କ ପାଖରେ ବଳିଷ୍ଠ ପ୍ରମାଣ ରହିଥିବାବେଳେ ସାଙ୍ଗ ପ୍ରୀତିଶ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ୬ ମାସ ହେବ ମୋମ୍ୟଜିତ୍ ଓ ଶ୍ୱେତାଙ୍କ ସମ୍ପର୍କ ଖରାପ ହୋଇଥିଲା । ସୋମ୍ୟଜିତ ଏକ୍ସଆଇଏମ୍ବିରେ ପାଠ ପଢ଼ିବା ଆରମ୍ଭ କରିବା ପରଠାରୁ ଶ୍ୱେତାକୁ ଅଣଦେଖା କରିବା ଆରମ୍ଭ କରିଥିଲେ । ପୂର୍ବରୁ ମଧ୍ୟ ସୋମ୍ୟଜିତ୍ ୩ରୁ ଅଧିକ ଝିଅଙ୍କ ସହ ଏହି ନାଟକ କରିଥିବା ଶ୍ୱେତା ଜାଣିବାକୁ ପାଇଥିଲା ଓ ବିବାହ ପାଇଁ ଅଡ଼ି ବସିଥିଲା । ଏହି ସବୁ ମଧ୍ୟରେ ଶ୍ୱେତା ଲେଖିଥିବା ଡାଏରୀର କିଛି ଅଂଶ ଏବେ ଭାଇରାଲ ହେବାରେ ଲାଗିଛି । ଚଳିତ ମାସ ଅଗଷ୍ଟ ୨୨ରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉକ୍ରଳ କୁମାରୀଙ୍କର ସନେ୍ଦହଜନକ ମୃତୁ୍ୟ ହୋଇଥିଲା ।
