ଉତ୍ତରାସ ପୋଲ ପାଲଟିଛି ମରଣଯନ୍ତା, ଯାତାୟାତ ଠପ
କଙ୍କଡାହାଡ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବାମ ପଞ୍ଚାୟତ ହନୁମନ୍ତିଆ ଗ୍ରାମ ନିକଟରେ ଥିବା ଉତ୍ତରାସ ପୋଲ ଆଦିବାସୀଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ବର୍ଷା ହେଲେ ପ୍ରବଳ ପାଣିରେ ଯାତାୟାତ କରିବା କଷ୍ଟକର ହୋଇପଡିଛି । କଙ୍କଡାହାଡ ବ୍ଲକ ଆଦିବାସୀ ବହୁଳ ଅଞ୍ଚଳ ହେବା ସତ୍ତ୍ୱେ ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ବିତିଯାଇଥିଲେ ମଧ୍ୟ ସାଧାରଣ ଲୋକ ସମସ୍ତ ମୋ÷ଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନିଜର ପ୍ରଚାର ପ୍ରସାର ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରୁଥିବାବେଳେ ଯାତାୟାତ ପାଇଁ ସାଧାରଣ ଲୋକଟି ନିଜ ଜୀବନକୁ ବାଜି ଲଗାଇ ବର୍ଷା ଦିନରେ ଭଙ୍ଗା ଉତ୍ତରାସ ନାଳ ଦେଇ ଯାଉଥିବା ଏକ ନଗ୍ନ ଦେଖବାକୁ ମିଳିଛି । ବାମ ପଞ୍ଚାୟତ ବାମ ଗାଁର ହନୁମନ୍ତିଆ ପାଖରେ ଥିବା ଉତ୍ତରାସ ନାଳ ପ୍ରବାହିତ ହେଉଅଛି । ବର୍ଷା ଦିନରେ ଅଧିକ ପାଣି ନାଳରେ ପ୍ରବାହିତ ହେଉଥିବାରୁ ପୋଲଟି ଏବେ ବିଚ୍ଛିନ୍ନ ହୋଇପଡିଛି । ଯାହାଫଳରେ ଯାତାୟାତ କରିବା ପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।
ଏହିରାସ୍ତାଟି କଙ୍କଡାହାଡ ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ସହଜ ହୋଇଥିବାରୁ ପ୍ରତିଦିନ ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ୭ଟି ପଞ୍ଚାୟତ ଏହି ପୋଲ ଉପରେ ନିର୍ଭର କରିଥାନ୍ତି । ଝିଲ୍ଲୀ, ମହାବିରୋଡ, କୁଟୁରିଆ, ଚାନ୍ଦପୁର, ଦଶିପୁର, ଘାଗରାମୁଣ୍ଡା, ବିରିବୋଲେଇ ପଞ୍ଚାୟତର ଜନସାଧାରଣ ଯିବା ଆସିବା କରିଥାନ୍ତି । ଲଗାଣ ବର୍ଷାହେବା ପରେ ଭରା ନାଳଟି ଏବେ ବିଚ୍ଛିନ୍ନ ହୋଇପଡିଛି । ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି । ହେଲେ ପ୍ରଶାସନିିକ ଅଧିକାରୀ କିମ୍ବା ରାଜନେତାଙ୍କ ନଜର ପଡୁନଥିବା ଏହା ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବାମ ଗାଁର ଲୋକମାନେ କୁହନ୍ତି ପ୍ରତି ନିର୍ବାଚନ ସମୟରେ ନେତାମାନେ ଆସି ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ କରାଯିବ କହି ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ନିର୍ବାଚନ ସରିଗଲାପରେ ନେତାମାନଙ୍କ ପାଦ ପଡିବା ତ ଦୂରର କଥା କିନ୍ତୁ ଦେଖା ଦର୍ଶନ ମିଳିନଥିବା କହିଛନ୍ତି । ଆଗାମୀ ଦିନରେ ଏହି ନାଳ ଉପରେ ସେତୁ ନିର୍ମାଣ କରାନଗଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବେ ବୋଲି ଚେତାବନି ଦେଇଛନ୍ତି । ଏହି ଘଟଣା ଉପରେ ପ୍ରଶାସନ ଅଧିକାରୀ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଏବେ ଦାବୀ କରିଛନ୍ତି ।