ଓଡ଼ିଶାକୁ ୩ଠ ପଦକ
ଆଇଟିଏଫ୍ ତାଇକୋଣ୍ଡୋ
ଭୁବନେଶ୍ୱର, ୨୫ା୮ (ବୁ୍ୟରୋ): ଚଳିତ ମାସ ୧୯ରୁ ୨୧ ଯାଏଁ ତିନି ଦିନ ଧରି କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ସାହାକାର ନଗର ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ୧୭ତମ ଦକ୍ଷିଣ-ପଶ୍ଚିମ କ୍ଷେତ୍ରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦ ରାଜ୍ୟର ୬୦୬ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଥାର୍ଡ ଡାନ୍ ବ୍ଲାକ୍ବେଲ୍ଟ ଓଡ଼ିଶା କୋଚ୍ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ୱରେ କଳିଙ୍ଗ ଯୋଦ୍ଧା ତାଇକୋଣ୍ଡୋ ଏକାଡେମୀରେ ପ୍ରଶିକ୍ଷିତ ୧୨ ପ୍ରତିଯୋଗୀ ପାଞ୍ଚଟି ବର୍ଗରେ ଭାଗ ନେଇ ୨ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୨୫ କାଂସ୍ୟ ପଦକ ଜିତିଥିଲେ । ଓଡ଼ିଶା ଦଳ ବୁଧବାର ରାତିରେ ପ୍ରତ୍ୟାବର୍ତ୍ତନ କରିଥିଲା ।
ବ୍ୟକ୍ତିଗତ ସ୍କାଇରିଙ୍ଗ୍ ପୁରୁଷ ଭେଟେରାନ୍ ବିଭାଗରେ ଦେବାଶିଷ ବାରିକ ଓ ତ୍ରିନାଥ ମଣ୍ଡଳ ସ୍ୱର୍ଣ୍ଣ ଏବଂ ମହିଳା ବିଭାଗରେ ଅନୀତା ଦୋରା, ବାଳକ ବିଭାଗରେ ସାଇ ପ୍ରେମ ଦୋରା ଓ ବ୍ୟକ୍ତିଗତ ତୁଲ୍ସ ବିଭାଗରେ ବିଶ୍ୱଜିତ୍ ଦାସ ରୌପ୍ୟ ପଦକ ଅର୍ଜନ କରିଥିଲେ । ବ୍ୟକ୍ତିଗତ ସ୍କାଇରିଙ୍ଗ୍ ମହିଳା ବିଭାଗରେ ଶୁଭ୍ରାଶିନୀ ମହାଲିଙ୍ଗ, ପୁରୁଷ ବିଭାଗରେ ବିଶ୍ୱଜିତ୍ ଦାସ, ବାଳିକା ବିଭାଗରେ ପାୟଲ ଓଝା, ପ୍ରଦେଶ ପାଇକରାୟ, ବାଳକ ବିଭାଗରେ ଶୁଭମ୍ ନାୟକ; ବ୍ୟକ୍ତିଗତ ତୁଲ୍ସ ପୁରୁଷ ବିଭାଗରେ ତ୍ରିନାଥ ମଣ୍ଡଳ, ବାଳକ ବିଭାଗରେ ଶୁଭମ୍ ନାୟକ, ସାଇ ପ୍ରେମ ଦୋରା, ବାଳିକା ବିଭାଗରେ ପାୟଲ ଓଝା; ଗ୍ରୁପ୍ ତୁଲ୍ସ ବାଳକ ବିଭାଗରେ ସାଇ ପ୍ରେମ ଦୋରା, ଶୁଭମ୍ ନାୟକ, ସ୍ମୃତି ରଞ୍ଜନ ବେହେରା, ବିଶ୍ୱଜିତ୍ ଦାସ, ଆରୌଭ ପଣ୍ଡା, ତ୍ରିନାଥ ମଣ୍ଡଳ; ଗ୍ରୁପ୍ ସ୍ପାଇରିଙ୍ଗ୍ ବାଳିକା ବିଭାଗରେ ଜାଗୃତି ପ୍ରିୟଦର୍ଶିନୀ ନାୟକ, ପାୟଲ ଓଝା, ପ୍ରଦେଶା ପାଇକରାୟ; ଗ୍ରୁପ୍ ସ୍ପାଇରିଙ୍ଗ୍ ବାଳକ ବିଭାଗରେ ସାଇ ପ୍ରେମ ଦୋରା, ଶୁଭମ୍ ନାୟକ, ସ୍ମୃତି ରଞ୍ଜନ ବେହେରା, ଅରୌଭ ପଣ୍ଡା, ସେଲ୍ଫ ଡିଫେନ୍ସ ବାଳିକା ବିଭାଗରେ ଜାଗୃତି ପ୍ରିୟଦର୍ଶନୀ ନାୟକ, ବାଳକରେ ସାଇ ପ୍ରେମ ଦୋରା ଓ ଶୁଭମ୍ ନାୟକ କାଂସ୍ୟ ପଦକ ଜିତିଥିଲେ ।
ଏହି ସଫଳତା ପାଇଁ ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ସେଣ୍ଟ ଜାଭିୟର୍ସ ଇଣ୍ଟର୍ନାସ୍ନାଲ୍ ସ୍କୁଲ୍ ସମୂହର ଅଧ୍ୟକ୍ଷ ତଥା କଳିଙ୍ଗ ତାଇକୋଣ୍ଡୋ ଆସୋସିଏସନ୍ର ସଭାପତି ଡଃ ବଦ୍ରିନାଥ ପଟ୍ଟନାୟକ, ରୋଟାରିଆନ୍ ଶୁଭକାନ୍ତ ସାମନ୍ତସିଂହାର, କଳିଙ୍ଗ ଯୋଦ୍ଧା ଫାଉଣ୍ଡେସନ୍ ଟ୍ରଷ୍ଟିର ଟ୍ରଷ୍ଟି ପ୍ରିୟବ୍ରତ ପାଢ଼ୀ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।