୪୨ ସ୍ଥାନରେ ସିବିଆଇ-ଇଡି ରେଡ୍
ପାଟନା/ରାଞ୍ଚô,୨୪ା୮: ସିବିଆଇ ଓ ଇଡି ଟିମ୍ ବୁଧବାର ଦେଶର ୪୨ ସ୍ଥାନରେ ଚଢଉ କରିଛନ୍ତି । ସିବିଆଇ ଟିମ୍ ୧୪ ବର୍ଷ ତଳର ଜମି ବିନିମୟରେ ଚାକିରି ମାମଲାରେ ବିହାରରେ ତେଜସ୍ୱୀ ଯାଦବଙ୍କ ଦଳ ଆର୍ଜେଡିର ୫ଜଣ ନେତାଙ୍କ ଘର ସମେତ ୨୫ ସ୍ଥାନରେ ଚଢଉ କରିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ରାଜ୍ୟସଭା ସାଂସଦ, ଜଣେ ପୂର୍ବତନ ବିଧାୟକ ଏବଂ ଆର୍ଜେଡିର ଫାଇନାନ୍ସର ଅବୁ ଦୋଜାନା । ସିବିଆଇ ଟିମ୍ ଗୁରୁଗ୍ରାମଠାରେ ଥିବା ଏକ ମଲ୍ରେ ମଧ୍ୟ ପହଞ୍ଚôଥିଲା । ସିବିଆଇ ସୂତ୍ର ଅନୁଯାୟୀ ଦୋଜାନାଙ୍କ ଦ୍ୱାରା ନିର୍ମିତ ଏହି ଅର୍ବାନ୍ କୁ୍ୟବ୍ସ ନାମକ ମଲ୍ ତେଜସ୍ୱୀ ଯାଦବଙ୍କର ଯଦିଓ ତେଜସ୍ୱୀ ଏକଥାକୁ ଖଣ୍ଡନ କରିଛନ୍ତି । ଗୁରୁଗ୍ରାମର ସେକ୍ଟର ୭୧ସ୍ଥିତ ଉକ୍ତ ମଲ୍ରେ ତେଜସ୍ୱୀଙ୍କ ପରିବାରର ଅଂଶଧନ ଥିବା କମ୍ପାନୀର କାର୍ଯ୍ୟାଳୟ ଅଛି । ସେଠାରେ ସିବିଆଇ ଟିମ୍ ଗୁରୁତ୍ୱପୂର୍ଣ୍ଣ ଦଲିଲ୍, ଲାପ୍ଟପ୍, ପ୍ରିଣ୍ଟର ଆଦି ଜବତ କରିଛି ।
ସିବିଆଇ ଟିମ୍ ବୁଧବାର ସକାଳ ୮ଟାବେଳେ ସ୍ଥାନୀୟ ପୁଲିସ୍କୁ କୌଣସି ସୂଚନା ନଦେଇ ଅବୁ ଦୋଜାନା, ଆର୍ଜେଡିର ରାଜ୍ୟସଭା ସାଂସଦ ଅଶଫାକ କରୀମ ଓ ପୟାଜ୍ ଅହମଦ ଏବଂ ଦଳର କୋଷାଧ୍ୟକ୍ଷ ତଥା ଏମ୍ଏଲ୍ସି ସୁନୀଲ ସିଂହଙ୍କ ଘରେ ଅତିର୍କିତ ଚଢଉ କରିଥିଲା । ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ମହାଗଠବନ୍ଧନ ସରକାରର ଆସ୍ଥା ଭୋଟ୍ ପୂର୍ବରୁ ସିବିଆଇ ଚଢାଉ ନେଇ ଲାଲୁ ଯାଦବଙ୍କ ପରିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଲାଲୁ ଯାଦବ ରେଳମନ୍ତ୍ରୀ ଥିବାବେଳେ ଜମି ବଦଳରେ ଚାକିରି ଘୋଟାଲା ହୋଇଥିଲା । ସିବିଆଇ ଏହାର ତଦନ୍ତକୁ ତ୍ୱରାନ୍ୱିତ କରିଛି । ଅଭିଯୋଗ ହୋଇଛି ଯେ ରେଳମନ୍ତ୍ରୀ ଥାଇ ଲାଲୁ ଯାଦବ ପାଟନାର ୧୨ଜଣ ଲୋକଙ୍କୁ ଗ୍ରୁପ୍ ଡି ଚାକିରି ଦେଇଥିଲେ । ଦରଖାସ୍ତ ଦେବାର ୩ଦିନ ଭିତରେ ଏମାନଙ୍କୁ ଚାକିରି ମିଳିଥିଲା । ସିବିଆଇ ପକ୍ଷରୁ ଦର୍ଶାଯାଇଛି ଯେ ଲାଲୁ ଯାଦବଙ୍କ ପତ୍ନୀ ରାବଡୀ ଦେବୀ, କନ୍ୟା ନିଶା ଭାରତୀ ଓ ହେମା ଯାଦବଙ୍କ ନାମରେ ଚାକିରି ବିନିମୟରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପରିବାରଠାରୁ ମିଳିଥିବା ୧ଲକ୍ଷ ବର୍ଗଫୁଟ୍ ଜମି ରେଜିଷ୍ଟ୍ରି ହୋଇଛି । ତାହା ପୁଣି ମାମୁଲି ଦରରେ ।
ସେହିପରି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟର ଅଧିକାରୀମାନେ ଖଣି ଘୋଟାଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଝାଡଖଣ୍ଡର ରାଞ୍ଚô, ଦିଲ୍ଲୀ ଓ ତାମିଲନାଡୁର ୧୭ ସ୍ଥାନରେ ରେଡ୍ କରିଛି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ପାଖ ଲୋକ ପାଖେ ଜଣାଶୁଣା ପ୍ରେମ ପ୍ରକାଶଙ୍କ ରାଞ୍ଚôସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଇଡି ଛାନ୍ଭିନ୍ କରିଛି । ପ୍ରେମ ପ୍ରକାଶଙ୍କ ଘର ଟ୍ରେଜେରୀରୁ ୨ଟି ଏକେ-୪୭ ରାଇଫଲ ଓ ୬୦ଟି କାଟ୍ରିଜ୍ ଜବତ କରାଯାଇଛି । ପ୍ରେମ ପ୍ରକାଶ କିଛି ବର୍ଷ ପୂର୍ବେ ଏକ ସରକାରୀ ଯୋଜନାରେ ଅଣ୍ଡା ସପ୍ଲାଇ କରୁଥିଲେ । ଏବେ ସେ ଝାଡଖଣ୍ଡ ରାଜନୀତିର ଜଣେ ହେଭିୱେଟ୍ । କିଛି ଦିନ ପୂର୍ବେ ଇଡି ତାଙ୍କୁ ଜେରା କରି ଛାଡି ଦେଇଥିଲା । ଇଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରେସ୍ ଆଡଭାଇଜର୍ ଓ କେତେକ ବିଧାୟକ ପ୍ରତିନିଧିଙ୍କୁ ସମନ୍ କରିଥିଲା ।