ବୁଢ଼ାପୋଲ ଅବସ୍ଥା ଶୋଚନୀୟ

ନିଦ୍ରାରେ ଜାତୀୟ ରାଜପଥ ବିଭାଗ
ଯାଜପୁର ସଦର (ଆପ୍ର): କେଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ଯାଜପୁର ଜିଲ୍ଲାରେ ନିଜ ଇଛାରେ କାମ କରିଚାଲିଛି । ଲକ୍ଷ ଲକ୍ଷ ଟଙ୍କା ମରାମତି ପାଇଁ ରାଜପଥ ବିଭାଗର ବ୍ୟୟ ବରାଦ ହେଉଥିଲେ ମଧ୍ୟ ଠିକ୍‌ ଭାବେ ମରାମତି କାର୍ଯ୍ୟ ଚାଲୁନଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଆନ୍ତରିକ ସମର୍ଥନ କରିଚାଲିଛନ୍ତି । ଯାହା ଫଳରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ମାତ୍ର ଅଳ୍ପଦିନ ତଳେ ହୋଇଥିବା ପିଚୁ ଦିନ କେଇଟା ଭିତରେ ଉଠିଯାଇଛି ଗାତ ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷର ନିଆଁ ଜଳୁଛି ।
ଜିଲ୍ଲାର ଅନ୍ୟତମ ବ୍ୟସ୍ତବହୁଳ ୨୦ ନମ୍ବର ଜାତୀୟ ରାଜପଥ କୁଆଖିଆ ଯାଜପୁର ରାସ୍ତାର ବୁଢ଼ା ସେତୁ ଉପରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ପୁରୁଣା ପିଚୁ ଉପରେ ନୂଆ ପିଚୁ କରାଯାଇ ଥିବା ବେଳେ ପୁରୁଣା ପିଚୁରେ କୌଣସି ଦାଗ ନ ଦେଇ ନୂତନ ପିଚୁ ହୋଇଥିବାରୁ ନୁଆ ପିଚୁ ଉଠି ଯାଇଥିବାର ଦେଖିବାକୁ ମିଳିଛି । ମରାମତି ପୂର୍ବରୁ ଯନ୍ତ୍ରୀ ମାନେ ଏଥିପ୍ରତି ନଜର ନ ଦେଇ ନୀରବ ଦ୍ରଷ୍ଟା ସାଜି କାଗଜ କଲମକୁ ସମର୍ଥନ ଜଣାଇବା ବିଭାଗୀୟ ଅଧିକାରୀଙ୍କ ସ୍ୱଛତା ପ୍ରତି ଅଂଗୁଳି ନିଦେ୍ର୍ଦଶ କରୁଛି । ଅଳ୍ପ ଦିନ ତଳେ ମରାମତି ହୋଇଥିବା ଏ ରାସ୍ତା ପିଚୁ କାମର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହିତ ତୁରନ୍ତ ରାଜପଥର ମରାମତି କରିବାକୁ ସାଧାରଣ ରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *