ଭାରତୀୟ ସେନା ମହାନ୍, ଜୀବନ ନେବାକୁ ଆସିଥିଲି…ମୋତେ ନୂଆ ଜୀବନ ଦେଲେ

୩ଠ ହଜାର ଟଙ୍କା ଦେଇ ପଠାଇଥିଲେ ପାକ୍ କର୍ଣ୍ଣେଲ
ନୂଆଦିଲ୍ଲୀ (ଏଜେନ୍ସି): ପାକିସ୍ତାନ ବିରୋଧରେ ଭାରତକୁ ଏକ ବଡ଼ ପ୍ରମାଣ ମିଳିଛି । ଭାରତୀୟ ସେନା ହାତରେ କାଶ୍ମୀର ଘାଟିରୁ ଧରାପଡିଥିବା ତବାରକ୍ ହୁସୈନ୍ ନାମକ ପାକ୍ ଆତଙ୍କବାଦୀ ହସ୍ପିଟାଲ ବେଡ୍ରୁ ହିଁ ସବୁକିଛି ସତ ଓଗାଳିଛି । ପାକିସ୍ତାନ କିପରି ସେମାନଙ୍କୁ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପଠାଇଥିଲା ସେସମ୍ପର୍କରେ ହୁସୈନ୍ ସବୁକିଛି କହିଛି । ଇଣ୍ଡିଆନ୍ ଆର୍ମି ପକ୍ଷରୁ ଏହାର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।
ଏଥିରେ ତବାରକ୍ ହୁସୈନ୍ ଗୁରୁତର ଅବସ୍ଥାରେ ସେନା ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ଦେଖିବାକୁ ମିଳିଛି । ହୁସୈନ୍ ନିଜ ସ୍ୱୀକାରୋକ୍ତିରେ କହିଛି ଯେ, ପାକିସ୍ତାନ ସେନାର ୟୁନୁସ୍ ନାମକ ଜଣେ କର୍ଣ୍ଣେଲ ତାକୁ ଏବଂ ତା’ର ବାକି ୪/୫ ସହଯୋଗୀଙ୍କୁ ୩ଠ ହଜାର ଟଙ୍କା ଦେଇଥିଲା ଏବଂ ଭାରତରେ ଭାରତୀୟ ସେନା ଉପରେ ଆତ୍ମଘାତୀ ଆକ୍ରମଣ କରିବାକୁ ପଠାଇଥିଲା । କିନ୍ତୁ ସେମାନେ ଆକ୍ରମଣ କରିବା ପୂର୍ବରୁ ଭାରତୀୟ ସେନା ସେମାନଙ୍କ ପାଖରେ ପହଞ୍ଚôଯାଇଥିଲା । ଭାରତୀୟ ସେନା ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲା, କିନ୍ତୁ ସେମାନେ ସେନା ଉପରକୁ ଗୁଳିମାଡ଼ କରିଥିଲେ । ତେବେ ସେନାର ପାଲଟା ଆକ୍ରମଣରେ ଅନ୍ୟ ଆତଙ୍କବାଦୀ ମୃତୁ୍ୟବରଣ କରିଥିବା ବେଳେ ସେ ଆହତ ହୋଇଥିଲା । ଗୁରୁତର ଅବସ୍ଥାରେ ଥିବା ସତ୍ତ୍ୱେ ଭାରତୀୟ ସେନା ତା’କୁ ସେଠାରେ ମରିବା ପାଇଁ ଛାଡିଦେଇନଥିଲେ କିମ୍ବା ମାରିନଥିଲେ । ବରଂ ତା’କୁ ଆଣି ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇଦେଇଥିଲେ । ଯେଉଁମାନଙ୍କ ଜୀବନ ନେବା ପାଇଁ ସେ ଆସିଥିଲା ସେହି ଭାରତୀୟ ସେନା ହିଁ ତାକୁ ରକ୍ତ ଦେଇ ନୂଆ ଜୀବନ ଦେଇଥିବାରୁ ହୁସୈନ୍ ଏବେ କୁକର୍ମ ପାଇଁ ପଶ୍ଚାତାପ୍ କରୁଥିବା କହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *