ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଛି

ଭୁବନେଶ୍ୱର (ବୁ୍ୟରୋ): ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ପରେ ବୁଧବାର ତାଙ୍କ ପୋଷ୍ଟ ମଟମ୍ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ଯୋଗୁଁ ଶ୍ୱେତାଙ୍କ ମୃତୁ୍ୟ ହୋଇଛି । ଶରୀର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟର ଏହି ଘଟଣା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଶ୍ୱେତାଙ୍କ ପରିବାର ଅଭିଯୋଗ କ୍ରମେ ପୁରୁଷ ବନ୍ଧୁ ସୌମ୍ୟଜିତ ବିରୋଧରେ ୩୦୬ ଦଫା ଲାଗିଛି । ସୌମ୍ୟଙ୍କ ମାନସିକ ସ୍ଥିତି ଭଲନାହିଁ । ଯାହାଦ୍ୱାରା ପରିବାର ଲୋକଙ୍କ ସହ ତାଙ୍କୁ ଘରକୁ ପଠାଇ ଦିଆଯାଇଛି । ଘର ଲୋକେ ସହଯୋଗ କରିବାକୁ ଡିସିପି ପ୍ରତିକ୍ ସିଂ କହିଛନ୍ତି ।
ଶ୍ୱେତାଙ୍କ ମୃତୁ୍ୟକୁ ନେଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିବାବେଳେ ପୁଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଶ୍ୱେତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ସୁବ୍ରତ ଦାସ । ମୃତ ଶ୍ୱେତା ଉକ୍ରଳ କୁମାରଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଟିମ ତଦନ୍ତ କରିବା ପାଇଁ ଏନଏଚଆରସିଙ୍କୁ ଅନୁରୋଧ କରିଛନ୍ତି ।
ଡିସିପିଙ୍କ ସୂଚନା ମୂତାବକ, ଘଟଣା ଘଟିବା ପରଦିନ ସୌମ୍ୟ ଥାନାକୁ ଆସିଥିଲେ । ତାଙ୍କୁ ପଚରାଉଚରା କରାଯାଇଛି । ସେତବେଳେ ଶ୍ୱେତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ପରେ ତାଙ୍କ ପରିବାର ଅଲଗା ଅଭିଯୋଗ ଆଣିଥିଲେ । ସେହି ଅନୁସାରେ ତଦନ୍ତ କରାଯାଉଛି । କମିଶନରେଟ ପୁଲିସ ଘଟଣା ଉପରେ ନଜର ରଖିଛି । ସୌମ୍ୟଙ୍କ ପରିବାର ପୁଲିସ ସହ ଯୋଗାଯୋଗରେ ଅଛନ୍ତି । ଯଦି ଶ୍ୱେତାଙ୍କ ପରିବାର ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ ଦିଅନ୍ତୁ । ଯିଏ ବି ଦୋଷୀ ପ୍ରମାଣିତ ହେବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।
ସେପଟେ ସୋମ୍ୟଜିତଙ୍କୁ ବୁଧବାର ପୁଲିସ୍ ହେପାଜତକୁ ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ସୋମ୍ୟଙ୍କୁ ପୁଲିସ୍ ବୁଧବାର ପ୍ରାୟ ୩ ଘଣ୍ଟା ଜେରା କରିଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ପାଇଛି । ଏହି ଜେରା ମଧ୍ୟରେ ପୁଲିସ୍ ସୋମ୍ୟଜିତ ଓ ଶ୍ୱେତାଙ୍କ ଜୀବନକୁ ନେଇ ୧୭ରୁ ୨୦ ପ୍ରଶ୍ନ ପଚାରିଛି । ଏନେଇ ଅଧିକ କିଛି ସୂଚନା ମିଳିପାରିନଥିବାବେଳେ ପୁଲିସ୍ ଏନେଇ ମୁହଁ ଖୋଲୁନାହିଁ । ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉକ୍ରଳ କୁମାରୀଙ୍କର ସନେ୍ଦହ ଜନକ ଭାବରେ ମୃତୁ୍ୟ ହୋଇଥିଲା । ମୃତୁ୍ୟକୁ ନେଇ ଶ୍ୱେତାଙ୍କ ପରିବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ଶ୍ୱେତା ଗତ ୨୦୧୮ରୁ ଭୁବନେଶ୍ୱରର ଏକ ଆଇଟି କମ୍ପାନୀରେ ଚାକିରି କରିବା ସହ ସମ୍ବଲପୁରର ସୌମ୍ୟଜିତଙ୍କୁ ପ୍ରେମ କରୁଥିଲେ । ଝିଅ ମୃତୁ୍ୟ ପଛରେ ସୌମ୍ୟଜିତଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତଦନ୍ତର ବିଳମ୍ବ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *