ଦ୍ୱିତୀୟ ବ୍ଲୁଫ୍ଲାଗ୍ ବିଚ୍ ପ୍ରସ୍ତାବ ବନ୍ଦ

ପୁରୀ(ବୁ୍ୟରୋ): ପୁରୀ ବେଳାଭୂମିରେ ଦ୍ୱିତୀୟ ବ୍ଲୁଫ୍ଲାଗ୍ ବିଚ୍ ନିର୍ମାଣ କରିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏହାକୁ ଶ୍ରୀଜଗନ୍ନାଥ ସେନା ଓ ବେଳାଭୂମିର କ୍ଷୁଦ୍ରବ୍ୟବସାୟୀ ସଂଘ ଦୃଢ ଭାବରେ ବିରୋଧ କରିଥିଲା । ଏହାସହ ପେଣ୍ଠକଟା ବେଳାଭୂମିରେ ଦୀର୍ଘଦିନ ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିଥିଲା । ସେହି ସ୍ଥାନରେ ବୁଧବାର ଜିଲ୍ଲାପାଳ ସମର୍ଥ ବର୍ମା ପହଞ୍ଚô ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉକ୍ତ ଅଞ୍ଚଳ ଅର୍ଥାତ୍ ପେଣ୍ଠକଟା ଠାରୁ ଲାଇଟହାଉସ୍ ପର୍ଯ୍ୟନ୍ତ ସ୍ଥାନରେ ଦ୍ୱିତୀୟ ବ୍ଲୁ-ଫାଗ୍ ବିଚ୍ ପ୍ରସ୍ତାବ ବନ୍ଦ ଘୋଷଣା କରିଥିଲେ । ଆଗାମୀ ଦିନରେ ଉକ୍ତ ବେଳାଭୂମିର ସୌନ୍ଦର୍ଯ୍ୟକରଣ କରାଯିବ । କିନ୍ତୁ ଏଥିରେ ସମସ୍ତେ ସହଯୋଗ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । କ୍ଷୁଦ୍ର ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ସୁବିଧା ଲାଗି ଚକ୍ରତୀର୍ଥ ବେଳାଭୂମିରେ ଶୌଚାଳୟ ସହ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା କରାଯିବାକୁ ଥିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଜିଲ୍ଲାପାଳଙ୍କ ଏଭଳି ଘୋଷଣାକରିବା ପରେ ସବୁ ମହଲରୁ ତାଙ୍କୁ ସ୍ୱାଗତ କରାଯାଇଛି । ଅନ୍ୟପକ୍ଷରେ ୬କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଚକ୍ରତୀର୍ଥ ବେଳାଭୂମିର ବିକାଶ ସହ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ସୂଚନାଥାଉକି, ଗତ ୨୦୨୧ ନଭେମ୍ବର ୧୧ରେ ବେଳାଭୂମିର ଉଠାଦୋକାନୀଙ୍କୁ କୌଣସି ସ୍ଥାନରେ ଥଇଥାନ ନ କରି ହଠାତ୍ ପୌରପାଳିକା ପକ୍ଷରୁ ଜେସିବି ସହୟତାରେ ଉଚ୍ଛେଦ କରାଯାଇଥିଲ । ଫଳରେ ଏହାକୁ ବିରୋଧ କରି ଉଠାଦୋକାନୀମାନେ ବେଳାଭୁମି ରାସ୍ତାକୁ ଅବରୋଧ କରି ବିରୋଧ ପ୍ରଦର୍ଶନ କରିଥିଲେ । ୨ବର୍ଷ ପରେ ଏବେ କଟକଣା କୋହଳ ହେବା ପରେ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ପରେ ଚଳଚଞ୍ଚଳ ହୋଇ ଉଠିଥିଲା ବେଳାଭୂମି । ହେଲେ ସେଠାରୁ ଭଲ ଦି ପଇସା ରୋଜଗାର କରି ଉଠାଦୋକାନୀମାନେ ପରିବାର ଚଳାଉଥିବା ବେଳେ ବେଳାଭୂମିର ଦିଗବାରେଣୀଛକଠାରୁ ଆରମ୍ଭ କରି ହୋଟେଲ ସିଗଲ୍ ପର୍ଯ୍ୟନ୍ତ ବେଳାଭୂମି ଉନ୍ମୁକ୍ତ ରହିବ । ଏଠାରେେ କøଣସି ବ୍ୟବସାୟୀ ଅନୁଷ୍ଠାନ ବସିବେ ନାହିଁ ବୋଲି ପୌରପାଳିକା ପକ୍ଷରୁ ଘୋଷଣା କରାଯାଥିଲା । ଏହି ଅଞ୍ଚଳ ଅବରୋଧମୁକ୍ତ ରହିଲେ ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ରାସ୍ତା ଉପରୁ ସମୁଦ୍ରକୁ ଦେଖିପାରିବେ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *