ହାତୀ ଜଗିଥିଲେ, ଉଦ୍ଧାର କଲେ ୩ଠ ଗୋରୁ
ବେତନଟୀ (ଆପ୍ର): ଗୋଚାଲାଣର ବଡ ର୍ୟାକେଟ୍ର ପର୍ଦ୍ଦାଫାଶ କରିଛନ୍ତି ବେତନଟୀ ଥାନା ଅଧୀନ ବୁଢ଼ୀଖମାରୀ ଗ୍ରାମର ଜଙ୍ଗଲ ଓ ହାତୀ ସୁରକ୍ଷା କମିଟି ସଦସ୍ୟମାନେ । ହାତୀ ଲଗାତର ଗ୍ରାମରେ ପଶି କ୍ଷୟକ୍ଷତି କରୁ ଥିବାରୁ ସଦସ୍ୟମାନେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଓଡି-୧୧ଏକ୍ସ-୭୭୫୧ ଓ ଓଡି-୧୧ୟୁ-୫୩୦୬ ନମ୍ବର ବିଶିଷ୍ଟ ଦୁଇ ପିକ୍ଅପ୍ରେ ୩୦ଟି ଗୋରୁଙ୍କୁ ବୋଝେଇ କରି ଚାଲାଣ କରାଯାଉଥିଲା । ପାଟ୍ରୋଲିଂ ପାର୍ଟି ପିକଅପକୁ ଅଟକାଇବାରୁ ମାଫିଆମାନେ ଧମକ ଚମକ ଦେଇଥିଲେ । ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇ ଥିଲା । ଗ୍ରାମବାସୀ ରାସ୍ତାରେ କାଠ ଗଣ୍ଡି ପକାଇ ଗୋରୁ ବୋଝେଇ ପିକଅପ ଦୁଇଟିକୁ ରୋକି ଥିଲେ ।
ଖବର ପାଇ ଏସଆଇ ବଳରାମ ମହାରଣା, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ପ୍ରବୋଧଚନ୍ଦ୍ର ପଣ୍ଡା ଓ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ଗୋରୁ ବୋଝେଇ ପିକଅପ ଦୁଇଟିକୁ ଥାନାକୁ ଆଣି ଥିଲେ । ତେବେ ମାଫିଆମାନେ ଘଟଣାସ୍ଥଳରୁ ଖସି ଯାଇଥିଲେ । ଏସଆଇ ନିରଞ୍ଜନ ସେଠୀ ଲିଖିତ ଅଭିଯୋଗ କରିବା ପରେ ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ ମାମଲା ରୁଜୁ କରି ଏସଆଇ ଲିଲି ବେହେରାଙ୍କୁ ତଦନ୍ତ ଭାର ପ୍ରଦାନ କରିଛନ୍ତି । ଦୁଇ ପିକଅପରୁ ୩୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଦୁଇ ଡ୍ରାଇଭର ଦିବାକର ବିନ୍ଧାଣୀ ଓ ସୁନୀଲ କୁମାର ସାହୁଙ୍କୁ ପୁଲିସ ଗିରଫ କରିଛି । ଗୋରୁଗୁଡିକୁ ବେତନଟୀ ପଶୁ ଚିକିସôାଳୟ କର୍ମଚାରୀ ଚିକିସôା କରିଥିଲେ ।