ତଳିଆ ଅଞ୍ଚଳ ଏବେ ବି ଜଳମଗ୍ନ

ଭଦ୍ରକ, ୨୩ା୮(ଆପ୍ର): ବୈତରଣୀରେ ବନ୍ୟା ଜଳ ପ୍ରବାହ ସୋମବାର ରାତିରୁ କମିଥିଲେହେଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳରେ ଏବେ ବି ପାଣି ଜମି ରହିଛି । ବହୁ ଲୋକ ପାଣି ଘେରରେ ରହିଛନ୍ତିି । ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ୍ର ତଳିଆ ଅଞ୍ଚଳର ବହୁ ପଞ୍ଚାୟତରେ ବନ୍ୟା ସ୍ଥିତିରେ ସୁଧାର ଆସି ନାହିଁ । ବୈତରଣୀର ଉପର ମୁଣ୍ଡରୁ ଖସୁଥିବା ବନ୍ୟା ଜଳ ତଳିଆ ଅଞ୍ଚଳକୁ ବୁଡ଼ାଇ ରଖିଛି । ଅନେକ ଗାଁ ରାସ୍ତାରେ ପାଣି ସୁଅ ଛୁଟୁଛି । ଘରଦ୍ୱାର ଛାଡ଼ି ଅନେକ ଲୋକ ଏବେ ବି ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି ।
ସୋମବାର ରାତିରୁ ବୈତରଣୀରେ ବନ୍ୟାଜଳ ବିପଦ ସଙ୍କେତରୁ ବହୁ ତଳେ ପ୍ରବାହିତ ହେଉଛି । ଫଳତଃ ଭଣ୍ଡାରୀପୋଖରୀ ବ୍ଲକ୍ ଅଞ୍ଚଳରେ ବନ୍ୟା ଜଳ କମିଛି । କିନ୍ତୁ ଧାମନଗର ବ୍ଲକ୍ର ହସୁନାବାଦ, ବମକୁରା, ପଧାନୀ, ସୋହଡ଼ା ଓ ଅର୍ଜୁନପୁର ପଞ୍ଚାୟତ ଏବଂ ତିହିଡି ବ୍ଲକ୍ର ଗୋଡକ, ଶ୍ୟାମସୁନ୍ଦରପୁର ଆଦି ପଞ୍ଚୟତ ବନ୍ୟା ଘେରରେ ରହିଛି । ଶହ ଶହ ହେକ୍ଟର ଚାଷ ଜମିରେ ବଢ଼ି ପାଣି ମାଡି ଯିବାରୁ ଖରିଫ ଧାନ ଫସଲ ପୁରାପୁରି ନଷ୍ଟ ହୋଇଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *