ସ୍କୁଲ୍ ପିଲାଙ୍କ ରାସ୍ତାରୋକ

ରାସ୍ତାରେ ଆବର୍ଜନା ପାଣି
କେନ୍ଦୁଝର (ଆପ୍ର): ସରକାରଙ୍କ ତରଫରୁ ଡେଙ୍ଗୁ, ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ପାଇଁ ସଚେତନତା କାର୍ୟ୍ୟକ୍ରମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଯାଇଛି ହର୍ଷପୁର ଗ୍ରାମରେ । ହର୍ଷପୁର ଗ୍ରାମର ଜଣେ ବ୍ୟକ୍ତି ଗୋପାଳନ କରି ଲକ୍ଷ ଲକ୍ଷ ଟଙ୍କା କମାଉଥିବା ବେଳେ ଗୁହାଳର ଆବର୍ଜନା ପାଣି ରାସ୍ତା ଉପରକୁ ଛାଡ଼ିବା ସହ ରାସ୍ତାରେ ଗୋବରଗଦା କରି ରଖିଛନ୍ତି । ଯାହା ଫଳରେ ବର୍ଷାରେ ରାସ୍ତା ଉପରେ ଗୋବର ପାଣି ଜମା ହୋଇ ରହିବା ଯୋଗୁ ଗ୍ରାମବାସୀ, ସ୍କୁଲ୍ ଛାତ୍ରଛାତ୍ରୀ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହାକୁ ନେଇ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ବ୍ୟାପିବାର ସମ୍ଭାବନା ରହୁଥିବାରୁ ଏ ବାବଦରେ ଗ୍ରାମବାସୀ ବହୁବାର ଉକ୍ତ ଭଦ୍ରବ୍ୟକ୍ତିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଗ୍ରାମବାସୀଙ୍କ ସହିତ କୁନି କୁନି ସ୍କୁଲ ଛାତ୍ରଛାତ୍ରୀ ରାଇସୁଆଁରୁ ମୁକୁନା ଯାଇଥିବା ହର୍ଷପୁର ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ । ଫଳରେ ଯାତାୟାତ କରୁଥିବା ଗାଡ଼ି ମୋଟର ସାଇକେଲ ଉଭୟ ପାଶ୍ୱର୍ରେ ଅଟକି ରହିଥିଲା । ଗୋପିନାଥପୁର ସମିତିସଭ୍ୟ ବସନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଓ ସ୍କୁଲ୍ ପିଲା ରାସ୍ତାରୁ ଉଠିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *