ନିରପେକ୍ଷ ଓ ଯୁଗ୍ମ ତଦନ୍ତ ଆଧାରରେ ରିପୋର୍ଟ ଦିଅ

ବନ୍ୟା କ୍ଷୟକ୍ଷତି ଆକଳନ
ପୁରୀ (ବୁ୍ୟରୋ): ବିନା ଚାପ ଓ ନିରପେକ୍ଷତାର ସହ ଯୁଗ୍ମ ତଦନ୍ତ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ନିଦେ୍ର୍ଦଶ ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଚଳିତ ବନ୍ୟାରେ କ୍ଷୟକ୍ଷତିର ତଥ୍ୟ ପ୍ରଦାନ ନିମିତ୍ତ ସମସ୍ତ ବିଡିଓ, ତହସିଲ୍ଦାର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କ ସହ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା କ୍ଷୟକ୍ଷତି ଆକଳନ ସମୟରେ ଯେପରି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡ଼ନ୍ତି ଓ କୌଣସି ଅଯୋଗ୍ୟ ହିତାଧିକାରୀ ସାମିଲ୍ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କଡ଼ା ନିଦେ୍ର୍ଦଶ ଦେଇଥିଲେ ।
ସମସ୍ତ କ୍ଷୟକ୍ଷତିର ଆକଳନ ଏସ୍ଆରସିଙ୍କ ନିୟମାବଳୀ ଅନୁସାରେ କରିବା ଓ ତଦନ୍ତ ସମୟରେ ସମସ୍ତ ବିଭାଗକୁ ସାମିଲ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ସେହିପରି ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁସାରେ କୃଷି ବିଭାଗ ପକ୍ଷରୁ ସ୍ୱଳ୍ପ ମିଆଦୀ ଧାନ ବିହନର ବ୍ୟବସ୍ଥା କରିବାକୁ ଉପସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ କ୍ଷୟକ୍ଷତିର ରିପୋର୍ଟ ଚଳିତ ମାସ ୩୦ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଯୁଗ୍ମ ତଦନ୍ତ ଆଧାରରେ ଆସିଥିବା ଏହି ରିପୋର୍ଟକୁ ଜିଲ୍ଲାପାଳଙ୍କ ସ୍ୱାକ୍ଷରରେ ଏସ୍ଆରସିଙ୍କୁ ପ୍ରଦାନ କରାଯିବ । ତେଣୁ ସ୍ୱଚ୍ଛ ଓ ନିଷ୍ଠାର ସହ ରିପୋର୍ଟ ପ୍ରସ୍ତୁତ ପାଇଁ ସେ ପରାମର୍ଶ ଦେଇଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *