ସମନ୍ୱିତ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱ ଦେବାକୁ ନିଦେ୍ର୍ଦଶ
କ୍ଷେତ କୂପ, କ୍ଷେତ ପୋଖରୀ ପରିଦର୍ଶନ କଲେ ଜଳ ବିଭାଜିକା ଉନ୍ନୟନ ନିଦେ୍ର୍ଦଶକ
ବ୍ରହ୍ମପୁର (ବୁ୍ୟରୋ): ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ନିଦେ୍ର୍ଦଶକ ହେମନ୍ତ କୁମାର ପଣ୍ଡା ଦିନିକିଆ ଗଞ୍ଜାମ ଗସ୍ତରେ ଆସି ସୋରଡ଼ା ଓ ସାନଖେମୁଣ୍ଡି ବ୍ଲକ୍ର ବିଭିନ୍ନ କ୍ଷେତକୂପ ଓ କ୍ଷେତ ପୋଖରୀ ପରିଦର୍ଶନ କରିଛନ୍ତି । ଚାଷୀଙ୍କ ସହ ଆଲୋଚନା କରି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ । କ୍ଷେତ୍ର ପରିଦର୍ଶନ ପରେ ବ୍ରହ୍ମପୁରଠାରେ ଥିବା ଜଳ ବିଭାଜିକା କାର୍ଯ୍ୟାଳୟ ପରିସରରେ ସମୀକ୍ଷା କରିଥିଲେ ।
ଏଥିରେ ଗଞ୍ଜାମ ଜିଲ୍ଲାର ଜଳ ବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଶୁଭେନ୍ଦୁ କୁମାର ଦାସଙ୍କ ସମେତ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସମନ୍ୱିତ ଚାଷୀ ପ୍ରଣାଳୀରେ ଚାଷୀ ଯେପରି ରୋଜଗାରକ୍ଷମ ହେବ ସେ ଉପରେ ଗୁରୁତ୍ୱ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ଅନ୍ୟ ବିଭାଗର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷାକରି ବିଭାଗୀୟ ଅଧିକାରୀମାନେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଚାଷ ପ୍ରଣାଳୀ କିପରି ବଢ଼ାଇବେ ସେ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ନିଦେ୍ର୍ଦଶକ ଶ୍ରୀ ପଣ୍ଡା ବ୍ରହ୍ମପୁର ଜଳ ବିଭାଜିକାର ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ଦାସଙ୍କ ସହିତ ସୋରଡ଼ା ବ୍ଲକ୍ର ତତାବାଲି ଗ୍ରାମରେ ଚାଷୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପୋଖରୀ ଦେଖିବା ସହ ସେ କରିଥିବା ଚାଷ ଓ ଏହାର ପ୍ରଣାଳୀ ଉପରେ ପଚାରି ବୁଝିଥିଲେ । ସାନଖେମୁଣ୍ଡି ବ୍ଲକ୍ ସାତପେଣ୍ଠ ଗୋପାଳପୁର ପଞ୍ଚାୟତର ଗୁଡିଆପାଟଣା ଗ୍ରାମର ଚାଷୀ କାଳୁଚରଣ ସ୍ୱାଇଁଙ୍କ ପୋଖରୀ ବୁଲି ଦେଖିବା ସହ ୨୦୨୦-୨୧ ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନା ଅଧୀନରେ ହୋଇଥିବା ବିଭିନ୍ନ ଚାଷ କାର୍ଯ୍ୟ ବୁଲି ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ । କ୍ଷେତ୍ର ପରିଦର୍ଶନ ବେଳେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ରାଜେଶ କୁମାର ବେହେରା, ସହକାରୀ ନିଦେ୍ର୍ଦଶକ ଜ୍ୟୋତିରଞ୍ଜନ ସ୍ୱାଇଁ, ଯୋଗେନ୍ଦ୍ର କୁମାର ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।