ଗ୍ରୀଲ୍ ଭାଙ୍ଗି ଲୁଟିଲେ ସୁନା ଅଳଙ୍କାର

ସହରରେ ପୁଣି ମାତିଲେ ଚୋର
ପୁରୀ (ବୁ୍ୟରୋ): ସହରରେ ଚୋରଙ୍କ ଉତ୍ପାତ କିଛିଦିନ ବନ୍ଦ ରହିଥିବା ବେଳେ ପୁଣି ଆରମ୍ଭ କରିଛନ୍ତି ଲୁଟ୍ । ଘରେ କେହି ନ ଥିବାର ସୁଯୋଗ ନେଇ ଘରର ଗ୍ରୀଲ୍ ଭାଙ୍ଗି ଆଲମିରାରୁ ସୁନା, ରୁପା ଓ ଟଙ୍କା ଲୁଟି ନେଇ ଫେରାର୍ ହୋଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ତାଳବଣିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।
ତାଳବଣିଆ ଥାନା ଅନ୍ତର୍ଗତ ସେଣ୍ଟ୍ରାଲ୍ ବିଦ୍ୟାଳୟ ସମ୍ମୁଖରେ ଅଭୟ କୁମାର ପ୍ରହରାଜଙ୍କ ଘର ରହିଛି । ଉକ୍ତ ଘରେ ତାଙ୍କ ବଡ଼ଭାଇ ଓ ମା’ ରୁହନ୍ତି । କିନ୍ତୁ କିଛି ଦିନ ହେଲା ମା’ ଓ ଭାଇ ଭୁବନେଶ୍ୱର ଯାଇଛନ୍ତି । ହେଲେ ଗତ ସୋମବାର ବିଳମ୍ବିତ ରାତିରେ ଚୋରମାନେ ଗ୍ରୀଲ୍ ଭାଙ୍ଗି ପଶି ତିନୋଟି ଆଲମିରାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ମଙ୍ଗଳବାର ସକାଳେ ଠାକୁର ପୂଜା କରିବା ଲାଗି ବ୍ରାହ୍ମଣ ଘରକୁ ଆସିଥିବା ବେଳେ ଏଭଳି ଘଟଣା ହୋଇଥିବା ନେଇ ଖବର ଦେବା ପରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ଅଭୟ ସୂଚନା ଦେଇଛନ୍ତି । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରି ଫେରିଯାଇଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *