ନିଯୁକ୍ତି ଦେବାରେ ଟାଳଟୁଳ ନୀତି

ଓଡାପଡା (ଆପ୍ର): ଓଡାପଡା ବ୍ଲକ୍‌ କୁରୁଣ୍ଟି ଠାରେ ଥିବା ବିଆର୍ଜି କମ୍ପାନୀକୁ ଗତ ବର୍ଷ ନଭେମ୍ବର ମାସରେ ରିମ୍‌ଝିମ୍‌ କମ୍ପାନୀ ହାତକୁ ନେଇଛି । ବିଆରଜି କାରଖାନାକୁ ଜମିଦେବା ପରେ କ୍ଷତିଗ୍ରସ୍ତ ପ୍ରଜାମାନେ ନିଯୁକ୍ତି ଆଶାରେ ରହିଥିଲେ । ରିମ୍‌ଝିମ୍‌ କମ୍ପାନୀ ନିଯୁକ୍ତି ଦେବାରେ ଟାଳଟୁଳ ନିତୀ ଅବଲମ୍ବନ କରିବାରୁ ବାରମ୍ବାର ଆନେ୍ଦାଳନ କରାଯାଇଥିଲା । ପୂର୍ବରୁ ଜିଲ୍ଲା ପ୍ରଶାସନ ସହ ବାରମ୍ବାର ବୈଠକ ପରେ ଗତ ଜୁନ୍ ମାସ ୨୧ ତାରିଖରେ ୩ ମାସ ମଧ୍ୟରେ ଜମିହରା ୧୭୫ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଦେବବୋଲି କହିଥିଲେ । ସେଥିମଧ୍ୟରୁ ୧୦୦ ଜଣଙ୍କୁ ନିଯୁକ୍ତି ଦେବ ବୋଲି ଜିଲ୍ଲା ପ୍ରଶାସନ ସାମ୍ମାରେ ରାଜି ହୋଇଥିଲେ । ମଙ୍ଗଳବାର ପୂନର୍ବାର ଜିଲ୍ଲା ପ୍ରଶାସନ ସହ ସପ୍ତମ ବୈଠକରେ ୬୪ ଜଣଙ୍କୁ ପ୍ରଥମ ଦଫାରେ ନିଯୁକ୍ତି ଦେଇ ଅବଶିଷ୍ଟ ୨୭ ଜଣଙ୍କୁ ନିଯୁକ୍ତି ଦେବା ନିମନ୍ତେ ୪୦ ରୁ ୫୦ ଦିନ ସମୟ ନେଇଛନ୍ତି ।
ପ୍ରକାଶ ଥାଉ ଯେ, ପୂର୍ବରୁ ୯ ଜଣ ବିଭିନ୍ନ ସୂତ୍ର ମାଧ୍ୟମରେ କମ୍ପାନୀରେ ନିଯୁକ୍ତି ପାଇସାରି ଥିବା ବେଳେ, ମଙ୍ଗଳବାର ଅନୁଷ୍ଠିତ ବୈଠକରେ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ, ପ୍ରଶାସନ ଏବଂ ରିମ୍‌ଝିମ୍‌ କାରଖାନାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଜାସଙ୍ଘର ସଭାପତି ଗଙ୍ଗାଧର ସାମଲ, ଜିଲ୍ଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ସହିତ ଗ୍ରାମର ମୁଖିଆ ଲୋକମାନେ ଉପସ୍ଥିତ ଥିଲେ । ପୂର୍ବ ନିଷ୍ପତି ଅନୁସାରେ କାରଖାନା ଶହେ ଜଣଙ୍କ ବଦଳରେମାତ୍ର ୬୮ ଜଣଙ୍କୁ ନିଯୁକ୍ତି ଦେବା ପାଇଁ କାଗଜପତ୍ର ଆଣିଥିବା ବେଳେ ଏହାକୁ ବିଧାୟିକାଙ୍କ ସହିତ ଅନ୍ୟମାନେ ବିରୋଧ କରିଥିଲେ । ଯେହେତୁ କାରଖାନା ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇନାହିଁ ତେଣୁ ନିଯୁକ୍ତି ଦେବାର ବିଳମ୍ବ ଘଟୁଛି ବୋଲି କାରଖାନା କର୍ତ୍ତୃପକ୍ଷ କହିଥିଲେ । ସମସ୍ତ ୧୭୬ ଜଣ ପ୍ରଜାଙ୍କୁ ନିଯୁକ୍ତି ଦେବା ପାଇଁ ଆଉ ୬୦ ଦିନ ସମୟ ମାଗିଥିଲେ । ପ୍ରଥମ ପର୍ଯ୍ୟାୟରେ ୬୮ ଜଣକୁ ନିଯୁକ୍ତି ପ୍ରଦାନ ସହିତ ବୁଧବାର ଅନ୍ୟମାନଙ୍କୁ ନିଯୁକ୍ତି ପ୍ରଦାନ ନେଇ ଏକ ଏମ୍‌ଓୟୁ ସ୍ୱାକ୍ଷରିତ ହେବ । ଏହାକୁ ନେଇ ବିଧାୟିକା ଏବଂ ସଭାପତିଙ୍କ ସହିତ କ୍ଷତିଗ୍ରସ୍ତ ପ୍ରଜାମାନେ ସହମତି ପ୍ରକାଶ କରିଛନ୍ତି । ରିମ୍‌ଝିମ୍‌ କମ୍ପାନୀ କ୍ଷତିପ୍ରସ୍ତ ପ୍ରଜାଙ୍କୁ ଥଇଥାନ କରିବା ନେଇ ପୁଣି ଥରେ ସନେ୍ଦହ ଦେଖାଦେଇଥିବା ବେଳେ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ପ୍ରଜାସଙ୍ଘ ଛାଡିବ ନାହିଁ ବୋଲି ପ୍ରକାଶ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *